ନୂଆଦିଲ୍ଲୀ : ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଶକ୍ତ ଝଟକା । ଉମର ଖାଲିଦ ଓ ସରଜିଲ ଇମାମଙ୍କୁ ଜାମିନ ଦେଲେନି ସୁପ୍ରମକୋର୍ଟ । ଉଭୟଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଆଉ ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ମିଳିଲା ସର୍ତ୍ତମୂଳକ ଜାମିନ । ଦଙ୍ଗାରେ କିଛି ଅଭିଯୁକ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ବ ର୍ଷେ ପ ର୍ଯ୍ୟନ୍ତ ଉଭୟଙ୍କର ଜାମିନ ଆବେଦନ ଉପରେ ରୋକ ।
ସୂଚନାଯୋଗ୍ୟ, ୨୩ ଫେବୃଆରୀ ୨୦୨୦ ରାତିରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ହୋଇଥିଲା । ଏହି ଘଟଣାରେ ୫୩ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଶରଜିଲ ଇମାମ ଏବଂ ଉମର ଖାଲିଦ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଥିଲେ । ଖାଲିଦ ଏବଂ ଶରଜିଲ ବିରୋଧରେ ଅନେକ ପ୍ରମାଣ ରହିଛି । ସେମାନେ ଷଡଯନ୍ତ୍ରରେ ସାମିଲ ଥିଲେ । ଦଙ୍ଗାରେ ସେମାନଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ରହିଛି ।
Views: 74











