ଭୁବନେଶ୍ୱର : ଶୁଭମିତ୍ରା ହତ୍ୟା ମାମଲାର ଅଭିଯୁକ୍ତକୁ ରିମାଣ୍ଡରେ ନେଲା ଖୁଣ୍ଟୁଣୀ ପୋଲିସ । ଅଭିଯୁକ୍ତ ଦୀପକ ରାଉତକୁ ଦିନିକିଆ ରିମାଣ୍ଡରେ ନେଲା ପୋଲିସ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରିଥିବା ପ୍ରମାଣ ମିଳିବା ପରେ ମାମଲା ରୁଜୁ ହୋଇଛି । ଅଧିକ ତଦନ୍ତ ଓ ପଚରାଉଚରା କରିବାକୁ ରିମାଣ୍ଡରେ ନେଇଛି ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ଅଭିଯୁକ୍ତ ଦୀପକକୁ କଡା ସୁରକ୍ଷା ବଳୟରେ ଭୁବନେଶ୍ଵର ଝାରପଡ଼ା ଜେଲ୍ରୁ ଆଠଗଡ଼ ଏସ୍ଡିଜେଏମ୍ କୋର୍ଟରେ ହାଜର ପାଇଁ ନିଆଯାଇଛି । ଆଠଗଡ଼ କୋର୍ଟରେ ହଜାର ପରେ, ତାକୁ ବିଧିବଦ୍ଧ ଭାବେ ଅପର୍ଣ୍ଣା ହତ୍ୟା ମାମଲାରେ ଗିରଫ କରାଯାଇଥିବା ଅବଗତ କରିବେ । କଟକ ଗ୍ରାମାଞ୍ଚଳ ପୁଲିସ ଆବଶ୍ୟକ ପଡ଼ିଲେ ଦୀପକକୁ ରିମାଣ୍ଡରେ ନେଇ ଅଧିକ ଜେରା କରିବ। ବାନ୍ଧବୀ ଶୁଭମିତ୍ରା ହତ୍ୟା ମାମଲାର ପର୍ଦ୍ଦାଫାଶ ପରେ, ପ୍ରଥମ ପତ୍ନୀ ଅପର୍ଣ୍ଣାକୁ ଦୀପକ ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହୋଇଥିଲା । ଅପର୍ଣ୍ଣାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।
Views: 61











