ଭୁବନେଶ୍ୱର: କମୁଛି ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୦୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୧ ହଜାର ୭୯୭ ଚିହ୍ନଟ ହୋଇଥିବା ବେଳ, ଲୋକାଲ କେସରେ ୧ ହଜାର ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୪୮୪ ଜଣ ରହିଛନ୍ତି ୧୮ ବର୍ଷରୁ କମ୍ ବର୍ଗର ।
ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଜଣ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୮୨, ବାଲେଶ୍ୱରରୁ ୭୬, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗୀରରୁ ୭୬, ବୌଦ୍ଧରୁ ୧୬, କଟକରୁ ୩୨୫, ଦେଓଗଡ଼ରୁ ୬୯, ଢେଙ୍କାନାଳରୁ ୭୧, ଗଜପତିରୁ ୬୩, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୭୪, ଯାଜପୁରରୁ ୧୪୯, ଝାରସୁଗୁଡ଼ାରୁ ୬୯, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୪୯, କେନ୍ଦୁଝରରୁ ୩୯, କୋରାପୁଟରୁ ୪୪, ମାଲକାନଗିରିରୁ ୩୦, ମୟୁରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୮୪, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୧୦୬, ପୁରୀରୁ ୪୨, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୭୫, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୧୬ ଓ ଷ୍ଟେଟ ପୁଲରୁ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଆଜିଠୁ ରାଜ୍ୟର ସହରାଞ୍ଚଳରେ ରାତ୍ରି କର୍ଫ୍ୟୁର ସମୟ ରାତି ୯ ଟା ବଦଳରେ ୧୦ ଟାରୁ ଲାଗୁ କରାଯିବାକୁ ନିର୍ଦ୍ଦେଶ କରାଯାଇଛି ।