The Ultimate Managed Hosting Platform
ADVERTISEMENT

କୋଭିଡ୍ ନିୟମ ଉଲଙ୍ଘନ; ଚର୍ଚ୍ଚର ଫାଟକ ବନ୍ଦ କଲା ପୋଲିସ୍‌

Facebook
Twitter
LinkedIn

କଟକ: ଆଜି ବଡ଼ ଦିନ ଉପଲକ୍ଷେ ଚର୍ଚ୍ଚ ମାନଙ୍କରେ ବହୁମାତ୍ରାରେ ଜନ ଗହଳି ଲାଗି ରହିଛି । କିନ୍ତୁ ବର୍ତ୍ତମାନକୋଭିଡ୍ ଗାଇଡ୍‌ଲାଇନକୁ ନଜରରେ ରଖି ଏହି ପର୍ବ ପାଳନ କରିବାକୁ ନୟମ ଲାଗୁ କରାଯାଇବଥିବା ସତ୍ତ୍ୱେ, ଚର୍ଚ୍ଚମାନଙ୍କରେ ପ୍ରବଳ ଭିଡ଼ ଲାଗିଥିଲା । ତେବେ ଏହି ଗାଇଡ୍‌ଲାଇନ୍ ଉଲଙ୍ଘନ ଅଭିଯୋଗ ପରେ ଚର୍ଚ୍ଚରେ ପ୍ରାର୍ଥନା ସଭା ବନ୍ଦ କରିଛି ପୋଲିସ୍ । କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ ଏପରି ଘଟଣା ଘଟିଥିବା ନଜରକୁ ଆସିଛି । ଅତ୍ୟଧିକ ଭିଡ଼ ଜମିଥିବା ଦେଖି ପୋଲିସ୍ ଶ୍ରଦ୍ଧାଳୁଙ୍କୁ ବାରଣ କରିବା ପରେ କିଛି ସମୟ ପାଇଁ ଚର୍ଚ୍ଚର ଫାଟକକୁ ବନ୍ଦ କରିବା ସହିତ ପ୍ରାର୍ଥନା ସଭା ମଧ୍ୟ ବନ୍ଦ କରିଥିଲା ।

ସେପଟେ କରୋନା ମହାମାରୀ ସମ୍ପୁର୍ଣ୍ଣଭାଦେ ଦେଶରୁ ଯାଇନଥିବା ବେଳେ, ରାଜ୍ୟରେ ପୁଣି ଓମିକ୍ରନର ଭୟ ଚିନ୍ତା ଘାରୁଛି । ତେଣୁ କୋଭିଡ୍ ନିୟମକୁ ମାନି ବଡ଼ଦିନ ଓ ନୂଆ ବର୍ଷ ପାଳନ କରିବାକୁ ରାଜ୍ୟ ସରକାର କଡ଼ା ସୁରକ୍ଷା ସହିତ ସତର୍କ ରହିବାକୁ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ବଡ଼ଦିନ କେବଳ ଚର୍ଚ୍ଚ ମଧ୍ୟରେ ସିମିତ କରାଯିବ ବୋଲି ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ, ଏଥିରେ ସର୍ବାଧିକ ୫୦ ଜଣକୁ ନେଇ ପାଳନ କରିବାକୁ ଅନୁମତି ଦିଆଯାଇଛି । ଏଥି ସହ ଜିରୋ ନାଇଟ୍ ସେଲିବ୍ରେସନ, ଯଥା- ହୋଟେଲ୍‌, ବାର, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସେଲିବ୍ରେସନ କରିବାକୁ ବାରଣ କରିଛନ୍ତି ରାଜ୍ୟ ସରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login