The Ultimate Managed Hosting Platform
ADVERTISEMENT

କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୩ ହଜାର ୪୫୦ ଆକ୍ରାନ୍ତ ଚିହ୍ନଟ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଗତ କାଲି ଅପେକ୍ଷା ସାମାନ୍ୟ ବଢ଼ିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୪୫୦ ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୦୧୨ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସରେ ୧ ହଜାର ୪୮୩ ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୪୩୬ ଜଣ ୧୮ ବର୍ଷରୁ କମ୍ ବର୍ଗର ଥିବା ଜଣା ପଡ଼ିଛି ।

ତେବେ ଏହି ଆକ୍ରନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୧୫୨, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୮୨, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୧୦୩, ବୌଦ୍ଧରୁ ୫୩, କଟକରୁ ୨୦୨, ଦେଓଗଡ଼ରୁ ୭୧, ଢେଙ୍କାନାଳରୁ ୩୫, ଗଜପତିରୁ ୭୩, ଗଞ୍ଜାମରୁ ୬୪, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୩୯, କୋରାପୁଟରୁ ୫୩, ମାଲକାନଗିରିରୁ ୧୬, ମୟୁରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୯୯, ନୟାଗଡ଼ରୁ ୧୨୫, ନୂଆପଡ଼ାରୁ ୧୮୧, ପୁରୀରୁ ୭୨, ରାୟଗଡ଼ାରୁ ୩୬, ସମ୍ବଲପୁରରୁ ୧୩୧, ସୋନପୁରରୁ ୨୧, ସୁନ୍ଦରଗଡ଼ରୁ ୨୮୭ ଓ ଷ୍ଟେଟ ପୁଲରୁ ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦିନକରେ ୭ ହଜାର ୭୬୭ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login