ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ଚିହ୍ନଟ ହେଲେ ୪ ହଜାର ୮୪୩ ନୂଆ ଅକ୍ରାନ୍ତ । କ୍ୱାରେଣ୍ଟାଇନ୍ରୁ ୨ ହଜାର ୮୧୫ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସରେ ୨ ହଜାର ୦୨୮ଜଣ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬୬୩ ଜଣ ରହିଛନ୍ତି ୧୮ ବର୍ଷରୁ କମ୍ ବର୍ଗର । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି ।

ତେବେ ପ୍ରତିଦିନ ଭଳି ଅଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧, ୦୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୮, ବାଲେଶ୍ୱର- ୧୫୨, ବରଗଡ଼- ୮୦, ଭଦ୍ରକ- ୬୦, ବଲାଙ୍ଗୀର- ୯୫, ବୌଦ୍ଧ- ୪୯, କଟକ- ୩୭୯, ଦେଓଗଡ଼- ୭୩, ଢେଙ୍କାନାଳ- ୪୫, ଗଜପତି- ୬୨, ଗଞ୍ଜାମ- ୬୭, ଜଗତସିଂହପୁର- ୧୦୦, ଯାଜପୁର- ୧୬୬, ଝାରସୁଗୁଡ଼ା- ୬୧, କଳାହାଣ୍ଡି- ୧୫୮, କନ୍ଧମାଳ- ୫୨, କେନ୍ଦ୍ରାପଡ଼ା- ୭୦, କେନ୍ଦୁଝର- ୮୧, କୋରାପୁଟ- ୫୦, ମାଲକାନଗିରି- ୧୮, ମୟୁରଭଞ୍ଜ- ୧୫୨, ନବରଙ୍ଗପୁର- ୧୩୭, ନୟାଗଡ଼- ୧୯୪, ନୂଆପଡ଼ା- ୧୬୬, ପୁରୀ- ୭୨, ରାୟଗଡ଼ା- ୯୯, ସମ୍ବଲପୁର- ୧୨୮, ସୋନପୁର- ୭୩, ସୁନ୍ଦରଗଡ଼- ୭୩୫ ଓ ଷ୍ଟେଟ ପୁଲ- ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରୁ ୨୪ ଘଣ୍ଟାରେ ୧୦ ହଜାର ୨୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।