The Ultimate Managed Hosting Platform
ADVERTISEMENT

ରାଜ୍ୟରେ ତିନି ଅଙ୍କ ଡେଇଁଲା କରୋନା ଗ୍ରାଫ୍‌; ଗତ ୨୪ ଘଣ୍ଟାରେ ୧୮୯୭ ସଂକ୍ରମିତ ଚିହ୍ନଟ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ପରୋନାର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୭୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ସଂକ୍ରଅମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୨୫୮ ଜଣ ରହିଛନ୍ତି । କ୍ୱାରେଣ୍ଟିନ୍‌ରୁ ୧୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୭୯୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣକର ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୭୬କୁ ବୃଦ୍ଧି ପାଇଛି ।

ଏହି ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ରହିଛି । ଏଥି ସହ ବାଲେଶ୍ୱର, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ତିନି ଅଙ୍କ ଅତିକ୍ରମ କରିଥିବା ଜଣା ପଡ଼ିଛି । ତେବେ ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ଅନୁଗୁଳରୁ ୩ ଜଣ, ବାଳେଶ୍ୱରରୁ ୧୦୦, ବରଗଡ଼ରୁ ୧୬, ଭଦ୍ରକରୁ ୭, ବଲାଙ୍ଗୀରରୁ ୬, ବୌଦ୍ଧରୁ ୩,କଟକରୁ ୧୪୮, ଦେବଗଡ଼ରୁ ୧୬, ଗଜପତିରୁ ୨, ଗଞ୍ଜାମରୁ ୩୪, ଢ଼େଙ୍କାନାଳରୁ ୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୦ ଓ ଝାରସୁଗୁଡ଼ାରୁ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୧୪, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୩୧, କୋରାପୁଟରୁ ୧୫, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୧୨, ପୁରୀରୁ ୫୪, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୨୫, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୨୬୨ ଓ ଷ୍ଟେଟପୁଲରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର ୭୭୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୫ ହଜାର ୭୩୯ଟି କୋଭିଡ୍ ମାମଲା ସକ୍ରିୟ ରହିଛି ଏବଂ କରୋନାରୁ ସୁସ୍ଥ ହୋଇଛନ୍ତି ମୋଟ ୧୦ ଲକ୍ଷ ୪୫ ହଜାର ୫୧୪ ଜଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login