ଜଳେଶ୍ୱର : ୨୫ ଘଣ୍ଟା ଧରି ପଡି ରହିଛି ଶବ । ଧର୍ମାନ୍ତରୀକରଣ ପାଇଁ ଶବ ଉଠିପାରୁନି । ରାଇ ବଣିଆର ରଙ୍ଗମାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତ୍ୟୁର ୨୫ ଘଣ୍ଟା ପରେ ମଧ୍ୟ ପଡି ରହିଛି ଶବ । ସାନ ପୁଅ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ ବାଡିରେ କବରକୁ ବିରୋଧ କରାଯାଇଛି । ସାନ୍ତାଳୀ ସମାଜ ପକ୍ଷରୁ ବାଡିରେ କବର ଦିଆଯିବାକୁ ବିରୋଧ କରାଯାଇଛି । ଜଳେଶ୍ୱର ଏସଡିପିଓ ବୁଝାସୁଝା ପାଇଁ ପ୍ରୟାସ କରି ନିରାଶ ହୋଇଛନ୍ତି । ଗାଁର ଛୁଟା ହାସଦା ଆଦିବାସୀ ହୋଇ ଖ୍ରୀଷ୍ଟ ଧର୍ମ ପରିବର୍ତ୍ତନ କରି ଥିବାରୁ ଅନ୍ତ୍ୟେଷ୍ଟି ପାଇଁ ସହଯୋଗ କରୁ ନାହାନ୍ତି ଗ୍ରାମବାସୀ । ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ମୃତକଙ୍କ ପୁଅ । ଏବେ ଯାଏ ମଧ୍ୟ ଶବ ସତ୍କାର ହୋଇନଥିବା ଜଣାପଡିଛି । ସେପଟେ ଗ୍ରାମବାସୀଙ୍କ ଅଭିଯୋଗ, ଧର୍ମାାନ୍ତୀ କରଣ ଯୋଗୁ ଆଦିବାସୀ ସମ୍ପ୍ରଦାୟର ସଂସ୍କାର,ଧର୍ମ,ପରମ୍ପରା ନଷ୍ଟ ହେବାରେ ଲାଗିଛି ।
Views: 25











