ପୁରୀ: ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର ହୋଇପାରେ ପର୍ଦ୍ଦାଫାସ୍ । ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରା ଟିମ୍ । ଏନେଇ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତ ଦ୍ୱୟଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ, କୋର୍ଟ ୨ଦିନ ପାଇଁ ଅନୁମତୀ ଦେଇଛନ୍ତି ।
ଏଥିରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଉଛନ୍ତି, ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ସେ ଦୁହିଁଙ୍କୁ ଗତ କାଲି କ୍ରାଇମ୍ବ୍ରାଞ୍ଚ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା । ତେବେ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ ଡ଼ାକି ଚିତ୍ତରଞ୍ଜନ ହତ୍ୟା ମାମଲାକୁ ସ୍ପଷ୍ଟ କରିଥିଲେ ମଧ୍ୟ ଏହାର କାରଣ ସ୍ପଷ୍ଟ କରିନାହାନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର । ସେ କହିଛନ୍ତି ଯେ, ଚିତ୍ତରଞ୍ଜନ ନିଖୋଜ ହେବା ଦିନ ରାତିରେ ସେମାନଙ୍କ ସହ ଭୋଜି କରିଥିଲା । ସେହି ଦିନ ହିଁ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ହତ୍ୟା ମାମାଲାରେ ୨ ଜଣ ନୁହନ୍ତି । ଏଥିରେ ଏକାଧିକ ବ୍ୟକ୍ତିଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ କରୁଛି କ୍ରାଇମବ୍ରଞ୍ଚ ଟିମ୍ ।