The Ultimate Managed Hosting Platform
ADVERTISEMENT

Chilka look wiil change : ବଦଳିବ ଚିଲିକାର ରୂପ ; IITମାଡ୍ରାସ ପ୍ରସ୍ତୁତ କଲା ମାଷ୍ଟର ପ୍ଲାନ

Facebook
Twitter
LinkedIn

ଚିଲିକା : ବଦଳିବ ଚିଲିକାର ରୂପ । ମୁହାଣ ଖୋଲିବ, ବଢ଼ିବ ମାଛ ସଂଖ୍ୟା । ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା IIT ମାଡ୍ରାସ । ଓଡ଼ିଶାର ଗର୍ବ ଚିଲିକା ହ୍ରଦର ସୁରକ୍ଷା ଓ ବିକାଶ ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି । IIT ମାଡ୍ରାସ ସହାୟତାରେ ଏହି ନୂଆ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧୫୦୦ ରୁ ୨ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଉଛି । ପରିବର୍ତ୍ତିତ ସ୍ଥିତି ନେଇ ବିଜ୍ଞାନଭିତ୍ତିକ ରୋଡମ୍ୟାପ ଦେଇଛି IIT ମାଡ୍ରାସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚିଲିକାର ପୁନରୁଦ୍ଧାର କରାଯିବ । ଦୟା ଓ ଭାର୍ଗବୀ ପରି ନଦୀଗୁଡ଼ିକ ଚିଲିକାରେ ବାର୍ଷିକ ପ୍ରାୟ ୮ ଲକ୍ଷ ଟନ୍ ପଟୁ ମାଟି ଜମା କରୁଛନ୍ତି । IIT ମାଡ୍ରାସର Ocean Engineering ବିଭାଗ ଏକ ସ୍ୱତନ୍ତ୍ର ମଡେଲ୍ ପ୍ରସ୍ତୁତ କରିଛି, ଯାହା ଦ୍ୱାରା ହ୍ରଦର ପରିବେଶକୁ କ୍ଷତି ନପହଞ୍ଚାଇ ପଟୁ ସଫା କରାଯାଇ ପାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login