The Ultimate Managed Hosting Platform
ADVERTISEMENT

ବଦଳିଲା ପ୍ରାଥମିକ ସ୍କୁଲ୍ ଖୋଲିବା ନିସ୍ପତ୍ତି; ୩ରେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ

Facebook
Twitter
LinkedIn

ଭୁବନେଶ୍ୱର: ବଦଳିଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିସ୍ପତ୍ତି । ଆସନ୍ତା ୩ ତାରିଖରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିସ୍ପତ୍ତି ନେଇଥିବା ବେଳେ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ତାହା ପୁଣି ସ୍ଥଗିତ କରିଛନ୍ତି ରାଜ୍ୟ ସରକାର ।

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲି ଠାରୁ ୨୩ ହଜାର ସ୍କୁଲ୍ ଖୋଲିବାକୁ ପୁର୍ବ ନିର୍ଦ୍ଦେଶ କରାଯାଇଥିଲା । ଏବଂ ଅନ୍ୟ ୩୦୯୩ ବିଦ୍ୟାଳୟ ଜାନୁଆରୀ ୧୦ ରେ ଖୋଲିବାକୁ ମଧ୍ୟ ନିସ୍ପତ୍ତି ହୋଇଥିଲା । ସେନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସାମୁୟିକ ଭାବେ ଏହି ନିସ୍ପତ୍ତିକୁ ସ୍ଥଗିତ କରାଯାଇଛି । ବିଶେଷ କରି ଗତ ଦୁଇ ଦିନରେ ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହି ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଏପରି ନିସ୍ପତ୍ତି ନେଇଛନ୍ତି ।

ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ନୋଡାଲ ଅଫିସରମାନେ ସମସ୍ତ ବିଦ୍ୟାଳୟର କ୍ଷେତ୍ର ପରିଦର୍ଶନ କରିବା ସହ ଅଭିଭାବକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେଥିରେ କିଛି ଅଭିଭାବକ ଅସନ୍ତୁଷ୍ଟ ମଧ୍ୟ ଥିବା ଦେଖାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login