The Ultimate Managed Hosting Platform
ADVERTISEMENT

ଆସନ୍ତା ୧୦ରୁ କଟକରେ ହେବ ବୁଷ୍ଟର ଡୋଜ୍ ଟିକାକରଣ

Facebook
Twitter
LinkedIn

କଟକ: ଆସନ୍ତା ଜାନୁଆରୀ ୧୦ ତାରିଖରୁ କଟକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ବୁଷ୍ଟର ଡୋଜ ପ୍ରଥମେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କୁ ଦେବାକୁ ନିସ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ନୋଡାଲ ଅଫିସର ଡାକ୍ତର ଉେମଶ ରାୟ । ଏଥି ସହ ୬୦ ବର୍ଷରୁ ଉର୍ଦ୍ଧ୍ବ ବିଭିନ୍ନ ରୋଗେର ପିଡ଼ିତ ଥିବା ବ୍ୟକ୍ତି ମଧ୍ୟ ନେବେ ଏହି ବୁଷ୍ଟର ଡୋଜ୍ । ଦ୍ବିତିୟ ଡୋଜର ୯ ମାସ ପରେ ବୁଷ୍ଟର ଡୋଜ ଦିଆଜିବ । ପରେ ସାହଧାରଣ ଲୋକକଙ୍କୁ ଦିଆଜିବ ବୁଷ୍ଟର ଡୋଜ୍ ।

ସେହିଭଳି ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ କିଶୋରଙ୍କୁ ଟିକାକରଣ । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍, ଅନ୍ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ପ୍ରଥମ ଡୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ ।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମରେ ଲୋକଙ୍କ ସହଯୋଗରେ ଇତି ମଧ୍ୟରେ ଦୁଇଟି ପର‌୍ୟ୍ୟାୟରେ ମୋଟ ୨୭ଲକ୍ଷ ୪୦ହଜାର ୫୦୩ ଡୋଜ ଟିକା ଦିଆଯାଇଛି । ଆସନ୍ତା ୩ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ବିଏମ୍ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଏମ୍ସି କମିଶନର ସଂଜୟ ସିଂ । ଏହି ବର୍ଗରେ ଅଧିକ ସଂଖ୍ୟକ ବ୍ୟକ୍ତି ଥିବା କାରଣରୁ ଆବଶ୍ୟକ ସ୍ଥଳେ ଟିକା କେନ୍ଦ୍ର ଓ ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ତେବେ ପ୍ରଥମ ଓ ଦ୍ୱିତୀୟ ପାର‌୍ୟ୍ୟାୟ ଭଳି ଲୋକଙ୍କ ସହଯୋଗ ରହିଲେ ଏଥିରେ ମଧ୍ୟ ସଫଳତା ହାସଲ କରିବା ବୋଲି କହିଛନ୍ତି ବିଏମ୍ସି କମିଶନର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login