ଭୁବନେଶ୍ୱର : ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାରେ କୌଣସି ସୁଯୋଗ ଛାଡେନି । ଝାରସୁଗୁଡା କିର୍ମିରାରେ ତାହା ପ୍ରମାଣିତ ହୋଇଯାଇଛି ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପଂଚାୟତ ପ୍ରତିନିଧି ଓ ବିଶାଳ ଦାସଙ୍କୁ ବେଆଇନ ଭାବେ ଛତିଶଗଡ ପୋଲିସ ଦ୍ୱାରା ଅଟକ ରଖାଗଲା । ଏଥିରୁ ସ୍ପଷ୍ଟ ଯେ ବ୍ଲକରେ ଅନାସ୍ଥା ନେଇ ବିଜେପି ବିବ୍ରତ ଓ ଭୟଭୀତ । ଦୁଇଟି ରାଜ୍ୟର ପୋଲିସ ଲଗାଇ ପଞ୍ଚାୟତ ପ୍ରତିନିଧି ଓ ବିଶାଳ ଦାସଙ୍କୁ ଅଟକାଉଛି । ନବୀନ ପଟ୍ଟନାୟକଙ୍କ ଚିଠି ପରେ ଭୟଭୀତ ହୋଇ ଦୁଇ ରାଜ୍ୟ ପୋଲିସର ବେଆଇନ କାମର ପର୍ଦାଫାସ ହେଲା ।ନବୀନ ପଟ୍ଟନାୟକ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛନ୍ତି । ବିଜେଡିର ବରିଷ୍ଠ ନେତା ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ୭ ଜଣିଆ ଟିମ ଗଠନ କରିଛନ୍ତି ।ସେମାନେ ଝାରସୁଗୁଡା ଯାଇ ଅନୁସନ୍ଧାନ କରି ନବୀନଙ୍କୁ ରିପୋର୍ଟ ଦେବେ । ଓଡ଼ିଶା ପୋଲିସ ବିଜେପି ଦ୍ୱାରା ଏମିତି ବ୍ୟବହାର ହେଉଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ନାହିଁ । ଗଣତନ୍ତ୍ରକୁ ହତ୍ୟା କରୁଥିବା ବିଜେପିକୁ କେବେ ରାଜ୍ୟବାସୀ କ୍ଷମା ଦେବେନି । ଲୋକେ ଜାଣିଲେଣି ଯେ ବିଜେପିକୁ ଭୋଟ ଦେଇ ଭୁଲ ହୋଇଯାଇଛି ।
Bjd Pressmeet :ଗଣତନ୍ତ୍ରକୁ ହତ୍ୟା କରିବାରେ ସୁଯୋଗ ଛାଡେନି ବିଜେପି : ବିଜେଡି

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...