ଭୁବନେଶ୍ୱର : ଭୁବନେଶ୍ବର ରସୁଲଗଡ଼ ଫ୍ଲାଏ ଓଭରରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡକୁ ଧରିବାକୁ ତନାଘନା । ଏବେ ବି ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଫେରାର ଅଛନ୍ତି । ମାଷ୍ଟରମାଇଣ୍ଡ ସୁଶାନ୍ତ ନାୟକ ଓ ଅନ୍ୟ ମାନଙ୍କୁ ଧରିବାକୁ ପୋଲିସର ୩ଟି ସ୍ବତନ୍ତ୍ର ଟିମ୍ ଲାଗିଛି । ମୁଖ୍ୟ ଅଭିଯୁକ୍ତ ସହ ବର୍ତ୍ତମାନ ସୁଦ୍ଧା ୫ଜଣ ଗିରଫ ହୋଇଛନ୍ତି । ନିଶା କାରବାରକୁ ନେଇ ସହଦେବଙ୍କୁ ହତ୍ୟା କରିବାକୁ ବହୁ ଦିନ ହେଲା ଯୋଜନା କରାଯାଉଥିଲା । ମଙ୍ଗଳବାର ରାତିରେ ଡୁମୁଡୁମାରେ ହୋଇଥିଲା ହତ୍ୟା ଯୋଜନା । ସୁଶାନ୍ତ ନାୟକଙ୍କ ଘରେ ସମସ୍ତ ଅଭିଯୁକ୍ତ ଏକାଠି ହୋଇଥିଲେ । ଫୈସଲା ଅନ ଦ ସ୍ପଟ କରିବାକୁ ନିଷ୍ପତ୍ତି ହୋଇଥିଲା ।
Views: 58