The Ultimate Managed Hosting Platform
ADVERTISEMENT

Benefits of garlic : ଦିନକୁ ଗୋଟାଏ ଖୋଲା, ରସୁଣ ଅନେକ ରୋଗରୁ ଦେବ ମୁକ୍ତି

Facebook
Twitter
LinkedIn

ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଖଣିଜ, ଲବଣ ଭରପୁର ରହିଥାଏ । ରସୁଣ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିଶୋଧକ କ୍ଷମତା ବଢ଼ିଥାଏ । ଏଥି ସହ ରସୁଣରେ ଥିବା ଆଲିସିନ୍ ନାମକ ଅଣ୍ଟିବାୟୋଟିକ୍ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିଥାଏ ।
ରସୁଣର ନିୟମିତ ସେବନ ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ବହୁ ମାତ୍ରାରେ କମ ହୋଇଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ୩୦-୪୦ ପ୍ରତିଶତ କମ ହୋଇଥାଏ । ଏଥିସହ ଉଚ୍ଚରକ୍ତଚାପକୁ ଦୂର କରିବାରେ ମଧ୍ୟ ରସୁଣ ବହୁ ଲାଭଦାୟକ ହୋଇଥାଏ । ଦୈନିକ ରସୁଣ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ହୃଦଜନିତ ରୋଗର ସମ୍ବାବନା ମଧ୍ୟ କମ ହୋଇଥାଏ ।
ରସୁଣରେ ଶରୀରକୁ ଗରମ ରଖିବାର ପୋଷକ ଭରପୁର ମାତ୍ରାରେ ରହିଥାଏ । ଯାହା ଫଳରେ ଥଣ୍ଡା, କାଶ ଏବଂ ଛିଙ୍କ ଆଦିରୁ ରକ୍ଷା ପାଇବା ପାଇଁ ଏହା ବହୁ ଲାଭକାରୀ ପ୍ରମାଣିତ ହୋଇଥାଏ । ଏଥିରେ ଉପସ୍ଥିତ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ବ ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login