The Ultimate Managed Hosting Platform
ADVERTISEMENT

ଖାଇବା ତେଲ କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

Facebook
Twitter
LinkedIn

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘମାଘୋଟା ଯୁଦ୍ଧ ପାଇଁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ତୈଳ ଦର । ୟୁକ୍ରେନରେ ଯୁଦ୍ଧ ଯୋଗୁଁ ସୂର‌୍ୟ୍ୟମୁଖୀ ଓ ପାମୋଲିନ୍ ତେଲର ଅଭାବ ଦେଖାଦେଇଛି । ଯୁଦ୍ଧ ଯୋଗୁଁ ପାମୋଲିନ୍ ତେଲ ଲିଟର ପିଛା ୩୦ ଟଙ୍କା ବଢ଼ିଛି । ସେହିପରି ସନଫ୍ଲାଓ୍ୱାର ତେଲ ବି ଆକାଶ ଛୁଆଁ ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଯେତିକି ତୈଳ ଗଚ୍ଛିତ ରହିଛି ତାହା ସପ୍ତାହକ ମଧ୍ୟରେ ସରିଯିବ । ଯଦି ବିଦେଶରୁ ତୈଳ ଆମଦାନୀ ନହୁଏ ତାହାଲେ ସ୍ଥିତି ସଙ୍ଗୀନ ହେବ । ଏଭଳି ସ୍ଥିତିରେ ପଦକ୍ଷେପ ନିଆନଗଲେ ଆସନ୍ତା ସପ୍ତାହକ ମଧ୍ୟରେ ତେଲ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ଦେଇଥିଲେ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ଏଥି ସହ ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି ଯାଦବ । ଜିଲ୍ଲାରେ ଚାହିଦା ମୁତାବକ ଖାଇବା ତେଲ ଷ୍ଟକର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଲର ଓ ଷ୍ଟକିଷ୍ଟଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଖାଇବା ତେଲର ଅଭାବକୁ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୮୦% ସୂର‌୍ୟ୍ୟମୁଖୀ ତେଲ ୟୁକ୍ରେନ ଓ ଋଷରୁ ଆମଦାନୀ ହୋଇଥାଏ । ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ ଓ ଦରବୃଦ୍ଧିର ସମ୍ଭାବନା ଅଛି । କେନ୍ଦ୍ର ଆମଦାନୀ ଓ ଅନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ କରିବା ଉଚିତ । ନଚେତ ଦରବୃଦ୍ଧି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଭାରତରେ ବାର୍ଷିକ ୧ କୋଟି ୯୦ ଲକ୍ଷ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ସେଥିରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ସୂର‌୍ୟ୍ୟମୁଖୀ ତେଲ ଭାରତ ୟୁକ୍ରେନରୁ ଆମଦାନୀ କରିଥାଏ । ଯୁଦ୍ଧ ଲାଗି ରହିଥିବାରୁ ଯୁକ୍ରେନରୁ ତେଲ ଆସିବା ବନ୍ଦ ହୋଇଛି । ଓଡ଼ିଶାରେ ବାର୍ଷିକ ୬ ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲର ଚାହିଦା ଥିବାବେଳେ, ସେଥିରୁ ୨୫ ପ୍ରତିଶତ ସୂର‌୍ୟ୍ୟମୁଖୀ ତେଲ ଲୋକେ ବ୍ୟବହାର କରିଥାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login