The Ultimate Managed Hosting Platform
ADVERTISEMENT

୧୦୨ ବର୍ଷ ବୟସରେ କରୋନାରେ ଆଖି ବୁଜିଲେ ପଦ୍ମଶ୍ରୀ ନନ୍ଦ ସାର୍‌

Facebook
Twitter
LinkedIn

ସୁକିନ୍ଦା: ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ଥିବା ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ସେ କରୋନାରେ ଆକ୍ରାନ୍ତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ତା ଗୁରୁତର ହେବାରୁ ତାଙ୍କୁୂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଦେହାନ୍ତ ହୋଇଛି ।

ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ନନ୍ଦ ସାର ଗତ ନଭେମ୍ବର ୯ ତାରିଖ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିବା ବେଳେ, ସେ ରାଷ୍ଟ୍ରପତିଙ୍କ ମଥାରେ ହାତ ରଖି ଆଶିର୍ବାଦ ଦେଇଥିଲେ । ନନ୍ଦ ସାରଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମରେ ଅବସ୍ଥିତ । ସେ ଦିର୍ଘ ୭୦ ବର୍ଷ ହେଲା ନିଜ ଗ୍ରାମର ଗରିବ ଶ୍ରେଣୀର ଛୋଟ ପିଲା ଓ ଅନ୍ୟ ବ୍ୟକ୍ତିଙ୍କୁ ମାଗଣାରେ ଶିକ୍ଷା ଦାନ କରିଆସିଛନ୍ତି ।

ପିଲା ବେଳେ ନନ୍ଦ ସାରଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରିଥିଲେ । ଯାହାକି ସେ ବେସ୍ ବୁଝି ପାରିଥିଲେ । ତେଣୁ ସେ ନିଜ ଘର ପାଖରେ ଏକ ସ୍କୁଲ୍ ଖୋଲିଥିଲେ । ସେଠାରେ ସେ ସବୁ ଦିନ ପାଠ ପଢ଼ାଉଥିଲେ । ସେହି ସ୍କୁଲରେ ଛୋଟ ପିଲାଙ୍କୁ ସକାଳ ୯ଟା ଯାଏ ଓ ପୁଣି ଦିନ ୪ ରୁ ୬ ଟା ଯାଏ ପାଠ ପଢ଼ାଉଥିଲେ । ସେହିପରି ବରିଷ୍ଠ ନାଗରିକଙ୍କୁ ସଂଧ୍ୟା ୬ ରୁ ରାତି ୯ଟା ଯାଏ ପାଠ ପଢା଼ଉଥିଲେ । ଆଜି ଏପରି ଜଣେ ସହୃଦୟ ବ୍ୟକ୍ତିଙ୍କ ବିୟୋଗରେ ଯାଜପୁର ଜିଲ୍ଲା ବାସିଙ୍କ ମନରେ ଶୋକର ଛାୟା ଖେଳାଇ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login