The Ultimate Managed Hosting Platform
ADVERTISEMENT

ASO ଚୟନ; ମେରିଟ ଲିଷ୍ଟ କାଏମ

Facebook
Twitter
LinkedIn

କଟକ : ହାଇକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲା । ୧୧୦୪ ଜଣଙ୍କ ଓପିଏସସି ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ । ଓପିଏସସି ଚୟନ ପ୍ରକ୍ରିୟାରେ କୈାଣସି ତ୍ରୁଟି ହୋଇନି କହିଲେ ହାଇକୋର୍ଟ । ଜଣିକିଆ ଖଣ୍ଡପୀଠକୁ ଖାରଜ କଲେ ୨ ଜଣଆ ଖଣ୍ଡପୀଠ । ଯେଉଁଠୁ ଚୟନ ପ୍ରକ୍ରିୟା ବନ୍ଦ ସେଠାରୁ ଚାଲୁ ରଖିବାକୁ ଓପିଏସସିକୁ ନିଦେ୍ର୍ଦଶ । ଏହାପୂର୍ବରୁ ଏଏସଓ ଚୟନରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ କିଛି ପରୀକ୍ଷାର୍ଥୀ । ଯେଉଁମାନଙ୍କ ପିଟିସନର ଶୁଣାଣି କରି ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ବଦଳରେ ନୂଆ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ରାୟ ଦେଇଥିଲେ । କିନ୍ତୁ ଜଣିକିଆ ଖଣ୍ଡପୀଠର ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନ୍ୟ ପରୀକ୍ଷାର୍ଥୀ । ଏହି ରାୟକୁ ୨ ଜଣିଆ ଖଣ୍ଡପୀଠ ତର୍ଜମା କରନ୍ତୁ ବୋଲି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ସହ ଓପିଏସସି ପରୀକ୍ଷା ପରିଚାଳନାର ଗାଇଡଲାଇନକୁ ତର୍ଜମା କରିଥିଲେ ଦୁଇ ଜଣିଆ ଖଣ୍ଡପୀଠ । ଏହାସହ ପୁରୁଣା ମେରିଟ୍ ଲିଷ୍ଟକୁ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login