The Ultimate Managed Hosting Platform
ADVERTISEMENT

ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ ହେଲେ ଆଶା ଦିଦି; ଶଗଡ଼ରେ ବୁଲି ପ୍ରଚାର କଲେ

Facebook
Twitter
LinkedIn

ପୁରୀ: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ, ପ୍ରାର୍ଥୀମାନେ ପ୍ରଚାର ପ୍ରଶାସରେ ଜୋରଦାର ଲାଗି ପଡ଼ିଛନ୍ତି । ଏହି ନିର୍ବାଚନରେ ବହୁ ସଂଖ୍ୟାରେ ନୂଆ ପ୍ରାର୍ଥୀଙ୍କୁ ଠିଆ ହୋଇଥିବାର ଦେଖିବାକୁ ମିଳୁଛି । ସେହିପରି ଜଣେ ଆଶା ଦିଦି ମଧ୍ୟ ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳପୁର ଗ୍ରାମର ଆଶା ଦିଦ ସଂଯୁକ୍ତା ସ୍ୱାଇଁ ଏଥର ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । ସେ ଏକ ନିଆରା ଢ଼ଙ୍ଗରେ ପ୍ରଚାର କରିବାକୁ ବାହାରିଛନ୍ତି । ନିଜ ସମର୍ଥକମାନଙ୍କ ସହ ଶଗଡ଼ରେ ଗାଁକୁ ଗାଁ ବୁଲି ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି । ହାତରେ ପୁସିଙ୍ଗ କାର୍ଡ଼ ଧରି ଘରକୁ ଘର ବୁଲି ଭୋଟ ଭିକ୍ଷାରେ ଲାଗି ପଡ଼ିଛନ୍ତି ସଂଯୁକ୍ତା । ପୁର୍ବରୁ ଆଶା ଦିଦି ଭାବେ ସେହି ଗ୍ରାମରେ ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ ଏଥର ନିର୍ବାଚନ ଜିତିଲେ ଲୋକମାନଙ୍କର ରହିଥିବା ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ସଂଯୁକ୍ତା କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login