The Ultimate Managed Hosting Platform
ADVERTISEMENT

Anwesha launch flight path deviation : ‘ଅନ୍ୱେଷା’ରେ ଯାନ୍ତ୍ରିକ ତ୍ରୁଟି

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଗହରା ହେଲା ଡିଆରଡିଓ ଦ୍ୱାରା ବିକଶିତ ଉପଗ୍ରହ ଅନ୍ୱେଷା । ଶେଷ ପର୍ଯ୍ୟାୟରେ ‘ଅନ୍ୱେଷା’ରେ ଯାନ୍ତ୍ରିକ ତ୍ରୁଟି । ଯାନ୍ତ୍ରିକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୁଟିର ବିଶ୍ଲେଷଣ ଚାଲିଥିବା କହିଲା ଇସ୍ରୋ । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା ଉତ୍ କ୍ଷେପଣ । ଶେଷ ପର୍ୟ୍ୟାୟରେ ‘ଅନ୍ବେଷା’ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଦିଗହରା ହେଲା ଓ କକ୍ଷପଥରେ ଅବସ୍ଥାପିତ ହୋଇପାରିଲା ନାହିଁ ସାଟେଲାଇଟ ଅନ୍ବେଷା ।
୨୦୨୬ର ପ୍ରଥମ ଉତକ୍ଷେପଣ ସ୍ବରୂପ ଅନ୍ତରୀକ୍ଷକୁ ଅନ୍ବେଷା ଉପଗ୍ରହ ପଠାଯାଇଥିଲା । ସକାଳ ୧୦.୧୭ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏହି ରକେଟକୁ ଉତକ୍ଷେପଣ କରାଯାଇଥିଲା ।
୫୦୫ କିଲୋମିଟର ସୂର୍ୟ୍ୟ-ସମକାଳୀନ କକ୍ଷପଥରେ ସ୍ଥାପନ କରାଯାଇଥାନ୍ତା । ଡିଆରଡିଓ ଦ୍ବାରା ବିକଶିତ ଏହି ଉପଗ୍ରହ ୪୦୦ କିଲୋଗ୍ରାମ ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ଉପଗ୍ରହ । ୧୨ ମିଟର ରିଜୋଲ୍ୟୁସନ ସହିତ, ଏହା ପ୍ରତିରକ୍ଷା ନିରୀକ୍ଷଣ, କୃଷି ମୂଲ୍ୟାଙ୍କନ, ସହରାଞ୍ଚଳ ମ୍ୟାପିଂ ଏବଂ ପରିବେଶଗତ ଟ୍ରାକିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login