The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଓଡ଼ିଆ ସିନେ ଜଗତକୁ ଅଉ ଏକ ଝଟକା; ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ

Facebook
Twitter
LinkedIn

ବାରିପଦା: ଓଡ଼ିଆ ସିନେ ଜଗତର ଅନ୍ୟନମ ବାଦଶାହ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ମିହିର ଦାସଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ବେଳେ, ପୁଣି ଏକ ବିରାଟ ଝଟକା ଲାଗିଲା ଓଡ଼ିଆ ସିନେ ଜଗତକୁ । ସରୋଜ ପଟ୍ଟନାୟକୁ ଓରଫ କାବୁଲ ଦା ଏକାଧାରାରେ ଜଣେ ଉଚ୍ଚ କୋଟିର ସଂଗୀତ ନିର୍ଦ୍ଦେଶକ ଓ ଗୀତିକାର ମଧ୍ୟ ଥିଲେ । ସେ ବହୁଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅନ୍ଧାରି କୋଠରୀରେ ରୋଗାକ୍ରାନ୍ତ ହୋଇ କାଳାତିପାତ କରୁଥିଲେ । ୮୨ ବର୍ଷ ବୟସରେ ବାରିପଦା ସ୍ଥିତ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପେସାରେ ସିଭିଲ ଇଞ୍ଜିନିୟର ଥିବା କାବୁଲ ଦା, ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରିଥିଲେ ମଧ୍ୟ ସଂଗୀତ ପ୍ରତି ଥିବା ଦୁର୍ବଳତା ତାଙ୍କର କମିନଥିଲା । ତେଣୁ ୧୯୭୭ ମସିହାରେ ଚଳଚିତ୍ର ‘ଅଭିମାନ’ ରେ ସେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତେବେ ଫୁଲ ଚନ୍ଦନ ଫିଲ୍ମର ’ଏଇ ଯେ ବନଲତା ପାହାଡ଼’ ଗୀତଠାରୁ ଆରମ୍ଭ କରି ’କହନା ଏ ଫୁଲ କହନା’ ହେଉ କି ’ମନେ ପଡେ ଆଜି ସେଇ ଦିନ’ ଭଳି ସବୁ ଗୀତ ଥିଲା ସୁପରହିଟ୍ । ଏହା ପରେ ସେ ’ଝିଅଟି ସୀତା ପରି’, ଅଭିଳାଷ, ହାକିମବାବୁ, ଏଇ ସଙ୍ଘର୍ଷ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର ଆଦି ଫିଲ୍ମରେ ମିଠା ସଙ୍ଗୀତର ସୁରରେ ସଜାଇ ଶ୍ରୋତାଙ୍କୁ ଝୁମାଇ ଥିଲେ । ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ। ତାଙ୍କ ବିୟୋଗରେ ସାରା ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଘେରିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login