ବାଂଲାଦେଶ : ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା । ଦୋକାନରେ ବସିଥିବା ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ୧୮ ଦିନରେ ୬ ଜଣଙ୍କୁ ହତ୍ୟା କଲେଣି କଟୋରପନ୍ଥୀ । ୨୪ ଘଣ୍ଟାରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କଲେଣି ଦଙ୍ଗାକାରୀ । ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ ।
ମୃତକ ମୌନୀ ଚକ୍ରବର୍ତ୍ତୀ(୪୦) ବୋଲି ଜଣାପଡିଛି । ସୋମବାର ରାତି ପ୍ରାୟ ୧୦ଟା ସମୟରେ ନରସିଙ୍ଗଡି ଜିଲ୍ଲାରେ ମୌନୀ ଦୋକାନରେ ବସିଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୌନୀ ଚକ୍ରବର୍ତ୍ତୀ ଶିବପୁର ଉପଜିଲ୍ଲାରେ ରହୁଥିଲେ । ମୌନୀ ଚକ୍ରବର୍ତ୍ତୀ ବହୁତ ଶାନ୍ତ ସ୍ବଭାବର ରହିଥିଲେ । ତାଙ୍କର କାହା ସହିତ ବିବାଦ ନଥିଲା । ତେବେ ବଜାରରେ ହତ୍ୟା ପରେ ଅନ୍ୟମାନେ ଭୟଭୀତ ହୋଇଛନ୍ତି । ତେବେ ତୁରନ୍ତ ଆକ୍ରମଣକାରୀକୁ ଗିରଫ କରାଯିବା ସହିତ କାର୍ୟ୍ୟାନୁଷ୍ଠାନ ନେବାକୁ ହିନ୍ଦୁ ସମୁଦାୟ ପକ୍ଷରୁ ଦାବି ହୋଇଛି । ଏହା ପୂର୍ବରୁ ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ନାମ ରାଣା ପ୍ରତାପ (୪୫)। ରାଣା ପ୍ରତାପ ଜଣେ ସାମ୍ବାଦିକ । ସେ ବାଂଲାଦେଶର ଏକ ଦୈନିକ ଖବରକାଗଜର କାର୍ୟ୍ୟକାରୀ ସମ୍ପାଦକ । ଏହା ସହିତ ସେ ନିଜର ଏକ କାରଖାନା ଚଳାଉଥିଲେ । ସୋମବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତାଙ୍କୁ ଯଶୋର ଜିଲାର କୋପାଳିଆ ବଜାରରେ ଗୁଳି କରି ହତ୍ୟା କରାଯାଇଥିଲା ।
Another Hindu killed in Bangladesh : ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







