ଉଦଳା: କରୋନା ଟିକା ଦେବାକୁ ଯାଇ ୬ ଘଣ୍ଟା ଅଟକ ହେଲେ ଅଙ୍ଗନବାଡି ଦିଦି ଓ ଆଶା କର୍ମୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ବଡ଼ଖମଣ ପଞ୍ଚାୟତ ଅନ୍ତର୍ଗତ ତାଳସେରି ଗ୍ରାମରେ । ରାଜ୍ୟରେ ଶତପ୍ରତିଶତ ଟିକାକରଣ କରାଯିବାକୁ ସରକାର ଲକ୍ଷ ରଖିଥିଲା ବେଳେ, ଟିକାକରଣକୁ ବିରୋଧ କରିଛନ୍ତି ତାଳସେରୀ ଗ୍ରାମବାସୀ ।
ସୂଚନାନୁଯାୟୀ, ଗତକାଲି ତାଳସେରୀ ଗ୍ର୍ରାମରେ ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିିଦି କ୍ୟାମ୍ପ କରି ଗ୍ରାମବାସୀଙ୍କୁ ଟିକା ଦେଉଥିଲେ । ସେହି ଗ୍ରାମର ୧୨ ଜଣକୁ ଟିକା ଦେଇସାରିବା ପରେ, ଗ୍ରାମର ଅନ୍ୟ କିଛି ଲୋକ ସେଠାରେ ପହଞ୍ଚି ଟିକା ନେବାକୁ ମନା କରିଥିଲେ । ସେମାନେ ସୁସ୍ଥ ଅଛନ୍ତି ବୋଲି କହି ଟିକା ନେବାକୁ ମନା କରିଥିଲେ । ଏବଂ ଧାନ କଟା ସରିବା ପରେ ଟିକା ନେବାକ ସେମାନେ କହିଥିଲେ । ତେବେ ଅଙ୍ଗନବାଡ଼ି ଦିଦି ଓ ଆଶା କର୍ମୀ ଦୁହେଁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରୁ ସେଠାରେ ଉତ୍ତେଜନା ମୁଳକ ସ୍ଥିତି ଉପୁଜି ଥିଲା । ଫଳରେ ଗ୍ରାମବାସୀ ଟିକାକରଣ ପାଇଁ ଯାଇଥିବା କର୍ମୀ ଦୁହିଁକୁ ଅଟକ ରଖିଥିଲେ । ପ୍ରାୟ ୬ ଘଣ୍ଟା ପରେ ଉଦଳା ବିଡିଓ, ତହସିଲଦାର, ଓ ପୋଲିସ ସେଠାରେ ପହଞ୍ଚି ଦୁହିଁକୁ ଉଦ୍ଧାର କରିଥିଲେ ।