ନୂଆଦିଲ୍ଲୀ : ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା । ଭେନେଜୁଏଲା ପରେ ଏବେ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନଜର । ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆଗାମୀ ସପ୍ତାହରେ ବୈଦେଶିକ ସଚିବ ରୁବିଓ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ନେତାମାନଙ୍କୁ ଭେଟିବେ । ବିଶ୍ୱର ସୁରକ୍ଷା ଏବଂ ମିସାଇଲ୍ ପ୍ରତିରୋଧ ପାଇଁ ଗ୍ରୀନଲ୍ୟାଣ୍ଡ ବହୁ ଗୁରୁତ୍ୱପୂର୍ଣ୍ଣ ।
ଆମେରିକାର ଶତ୍ରୁ ଦେଶମାନେ ମଧ୍ୟ ଏହି ସ୍ଥାନ ଉପରେ ନଜର ରଖିଛନ୍ତି । ତେଣୁ ଆମେ ୟୁରୋପୀୟ ବନ୍ଧୁମାନଙ୍କୁ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ପ୍ରତି ଗମ୍ଭୀର ହେବାକୁ କହୁଛୁ । ଯଦି ସେମାନେ କିଛି ନକରନ୍ତି, ତେବେ ଆମେରିକା ନିଜେ କିଛି ବଡ଼ ପଦକ୍ଷେପ ନେବ ବୋଲି ଭାନ୍ସ କହିଛନ୍ତି । ଅନ୍ୟପଟେ ଡେନମାର୍କ ଚେତାବନୀ ଦେଇଛି ଆମେରିକାକୁ ।
ଆମେରିକା ଗ୍ରୀନଲାଣ୍ଡ ଦଖଲ କରିବାକୁ ପଦକ୍ଷେପ ନେଲେ ପ୍ରଥମେ ଗୁଳି କରିବୁ, ପରେ ପ୍ରଶ୍ନ ପଚାରିବୁ ବୋଲି ଡେନମାର୍କ କହିଛି । ଗ୍ରୀନ ଲ୍ୟାଣ୍ଡକୁ ଆମେରିକାରରେ ମିଶାଇ ଦିଆଯିବ ବୋଲି ଗତ କିଛି ଦିନ ହେଲା କହି ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଗ୍ରୀନଲାଣ୍ଡରେ ଭରି ରହିଛି ପ୍ରାକୃତିକ ସମ୍ପଦ । ସ୍ମାର୍ଟଫୋନ, କଂପ୍ୟୁଟର ଓ ସାମରିକ ଉପକରଣ ନିର୍ମାଣ ପାଇଁ ଜରୁରୀ ଦୁର୍ଲଭ ଖଣିଜ ପଦାର୍ଥ ଭରି ରହିଛି ବରଫ ତଳେ । ଏହାସହିତ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଜରୁରୀ ୟୁରାନିୟମ ମଧ୍ୟ ବରଫ ଦ୍ୱୀପରେ ରହିଛି ।
America will occupy Greenland : ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











