ବାତ୍ୟା ଜୱାଦ ପାଇଁ ଲୋକମଙ୍କୁ ସତର୍କ କରାଯିବା ସହ 54,008 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ସେମାନଙ୍କ ପାଇଁ ରିଲିଫର ବ୍ୟବସ୍ଥା ମଧ୍ୟ କରାଯାଇଛି | ତେବେ ବଙ୍ଗୋପସାଗରରେ ଆରମ୍ଭ ହୋଇଥିବା ବାତ୍ୟା ଏବେ ସ୍ଥଳଭାଗ ମୁହାଁ ହୋଇଯାଇଛି | ବାତ୍ୟା ଜୱାଦ ଆନ୍ଧ୍ର ଉପକୂଳ ଦେଇ ଓଡିଶା ଆସିବ | ବାତ୍ୟାର ପ୍ରକୋପ ବର୍ତ୍ତମାନ ଘଣ୍ଟାପ୍ରତି 6 କିମି ବେଗରେ ରହିଛି |
ସୂଚନା ଅନୁସାରେ, ବାତ୍ୟା ଜୱାଦ ପୁରୀରେ ଆସନ୍ତାକାଲି ମାଡ଼ ହେବବୋଲି ଅନୁମାନ କରାଯାଉଛି | ଯାହାଫଳରେ ପ୍ରବଳ ପବନ ବହିବା ସହ ନିର୍ଧୁମ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ବାତ୍ୟାକୁ ନଜରେ ରଖି ବିଭିନ୍ନ ସ୍ଥାନରେ 11ଟି ଏନଡିଆରଏଫ ଓ 6 ଟି ଏସଡିଆରଏଫ ଟିମକୁ ମୁତୟନ କରାଯାଇଛି | ଏବଂ ତଟରକ୍ଷୀ ବାହିନୀର 6 ଟି ଟିମକୁ ଜରୁରୀ କାଳୀନ ସ୍ଥିତିର ମୁକାବିଲା ପାଇଁ ଷ୍ଟାଣ୍ଡବାଏରେ ରଖାଯାଇଛି | ସେହିପରି ଲୋକମାନେ କିପରି ଏହି ବାତ୍ୟା ସମୟରେ ସୁରକ୍ଷିତ ରହିବେ ଗାଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ରାତି ତମାମ ଅଲର୍ଟ ରହିବାକୁ କହିଛନ୍ତି | ଏହା ସହିତ ଦୁଇଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ କୋଟି ଟଙ୍କା ମଧ୍ୟ ରିଲିଜ୍ ହୋଇଛି |