The Ultimate Managed Hosting Platform
ADVERTISEMENT

କଂଗ୍ରେସ ନେତା କହ୍ନେୟାଙ୍କ ଗସ୍ତ ପରେ ସଭାସ୍ଥଳ ସୁଦ୍ଧି କଲା ହିନ୍ଦୁ ଏକତା ବାହିନୀ

Facebook
Twitter
LinkedIn

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ହିରଲିସ୍ଥିତ ନୁତନ ମଣ୍ଡେଇ ପଡ଼ଆରେ ୧୦୦ ତମ ପ୍ରତିଷ୍ଠା ଦିବସକୁ ସଂକଳ୍ପ ଦିବସ ରୂପେ ପାଳନ କରିଥିଲା ଜିଲ୍ଲା କଂଗ୍ରେସ । ଏହି ଅବସରରେ କଂଗ୍ରେସ ନେତା କହ୍ନେୟା କୁମାର ଅତିଥି ଭାବେ ଯୋଗ ଦେଇ ତାଙ୍କର ଅଭିଭାଷଣ ଦେଇଥିଲେ । ଯାହାକୁ ବିରୋଧ କରିଥିଲା ହିନ୍ଦୁ ଏକତା ବାହିନୀ । ଫଳରେ କହ୍ନେୟାଙ୍କ ଅଭିଭାଷଣ ପରେ ଦେଶ ଦ୍ରୋହର ଆଖ୍ୟା ଦେଇ ସେହି ସ୍ଥାନକୁ ଗଙ୍ଗାଜଳ ପକାଇ ସୁଦ୍ଧି କରଣ କରିଥିଲା ଜିଲ୍ଲା ହିନ୍ଦୁ ଏକତା ବାହିନୀ । ଏପରି ଏକ ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଶୁଦ୍ଧିକରଣ ଭାଇରାଲ ଭିଡିଓରେ ଯୁବକମାନେ ନିଜକୁ ନବରଙ୍ଗପୁର ସହରର ସଚେତନ ନାଗରି ବୋଲି କହିବା ସହ କହ୍ନେୟାଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇଥିଲେ । କହ୍ନେୟା ଜେଏନ୍‌ୟୁର ଛାତ୍ର ଥିବା ବେଳେ, ଟୁକଡେ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଭାବେ ତାହାର ନେତୃତ୍ୱ ନେଇ ଦେଶ ବିରୋଧି ନାରା ଦେଇଥିଲେ ବୋଲି ଅଭିଯୋଗ କରିଥିଲା ହିନ୍ଦୁ ଏକତା ବାହିନୀ । ନବରଙ୍ଗପୁର ଭଳି ଏକ ସହିତ ପବିତ୍ର ମାଟିରେ ଏପରି ଏକ ଦେଶ ଦ୍ରୋହୀଙ୍କ ପାଦ ପଡ଼ିବା ଦ୍ୱାରା ଏହି ସ୍ଥାନ ଅପବିତ୍ର ହୋଇଯାଇଛି । ତେଣୁ ଗଙ୍ଗାଜଳ ପକାଇ ତାହାକୁ ପବିତ୍ର କରିଥିବା ସେମାନେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

Login