ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ଥିତ ଷ୍ଟିଲ ପ୍ଲାଣ୍ଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଷର ଗୁରୁତର ହୋଇଛନ୍ତି । ତେବେ ସିପିିପି ୱାନରେ କାର୍ଯ୍ୟ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏଥିରେ ସିପିପି ପ୍ଲେଟ ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ନାମ ଅମର ପଣ୍ଡା ଓ ଗୁରୁତରଙ୍କ ନାମ ସୁଶୀଲ କୁମାର । ଉଭୟ ମୃତାହତ ସୁହେଁ ଷ୍ଟିଲ୍ ପ୍ଲାଣ୍ଟାରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଆହତ ସୁଶୀଲ କୁମାରଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି ଚିକିତ୍ସା କରାଯାଉଛି । । ତେବେ କିପରି ଘଟିଲା ଏହି ଅଘଟଣ ସେ ନେଇ ତଦନ୍ତ ପାଇଁ ରାଉରକେଲା ଷ୍ଟିଲା ପ୍ଲାଣ୍ଟ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି ।
Views: 102