The Ultimate Managed Hosting Platform
ADVERTISEMENT

Accident : କାଳିଜାଇ ଯିବା ବାଟରେ ବ୍ରିଜ ତଳକୁ ଖସିଲା ବସ, ୩୦ରୁ ଅଧିକ ଆହତ

Facebook
Twitter
LinkedIn

ନୟାଗଡ : କାଳିଜାଇ ଯିବା ବାଟରେ ବ୍ରିଜ ତଳକୁ ଖସିପଡିଛି ଏକ ଯାତ୍ରୀବାହୀ ବସ । ଫଳରେ ଜଣଙ୍କର ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରଣପୁର ଓ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ରଣପୁର ଖଣ୍ଡିସି ଛକ ନିକଟରେ ଘଟିଛି । ସୂଚନା ଅନୁଯାୟୀ ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ । ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ । ମାତ୍ର ବସ୍ଟି ମଧ୍ୟ ରାତ୍ରିରେ ଖଣ୍ଡିସି ଛକ ନିକଟରେ ବସ ଟି ଭାରସାମ୍ୟ ହରାଇ ବ୍ରିଜର ବାଡ଼ାକୁ ପିଟିଥିଲା । ଏହାପରେ ବସ୍ଟି ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ତୁରନ୍ତ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବସ୍ରୁ ଉଦ୍ଧାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login