କଟକ : ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । କଟକ ଟାଙ୍ଗିର ବନ୍ଦାଳ ଛକ ନିକଟରେ ଘଟିଛି ଦୁର୍ଘଟଣା । ଏକ ଅଟୋରେ ୫ ଜଣ ଛତିଆ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଚାଲି ଯାଇଥିଲା ୨ ଜଣଙ୍କର ଜୀବନ । ମୃତକ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ରାଜପଥ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଓ ଗୁରୁତର ହୋଇଥିବା ବ୍ୟକ୍ତିମାନଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣା ଗସ୍ତ ଅଟୋକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।
Views: 57