କାମାକ୍ଷାନଗର : ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କର ଜୀବନ । କଙ୍କଡାହାଡ ଥାନା କାମାକ୍ଷାନଗର –କଙ୍କଡାହାଡ ପୂର୍ତ୍ତ ବିଭାଗ ରାସ୍ତାର ତିଲେଇବେରେଣୀ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତିଲେଇବେରେଣୀ ନିକଟରେ ଥିବା ବୁଲାଣିରେ ବାଇକ ଚାଳକ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ବାଇକରେ ଥିବା ଦୁଇଜଣ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାପିକଅପ ଭ୍ୟାନଟି ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା । କଙ୍କଡ଼ାହାଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନ ସହ ବାଇକ ସହ ଦୁଇ ମୃତଦେହକୁ ମଧ୍ୟ ଜବତ କରିଛି । ବାଇକ ଆରୋହୀ ଦୁଇ ଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Views: 124











