ଭୁବନେଶ୍ୱର: ଟ୍ୱିନ୍ସିଟିରେ ଦିନକୁ ଦିନ ଅପରାଧ ସଂଖ୍ୟ ବଢ଼ିବାରେ ଲାଗିଛି । କମିସନରେଟ୍ ପୋଲିସର କଡ଼ା ସୁରକ୍ଷା ଥାଇ ମଧ୍ୟ ଅପରାଧୀମାନେ ଘଟାଇ ଚାଲିଛନ୍ତି ତାଙ୍କର କାରନାମା । ଏହି ସବୁକୁ ନଜରରେ ରଖି ଭୁବନେଶ୍ୱର- କଟକ କମିଶନରେଟ୍ ପୋଲିସ୍ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବାକୁ ନସ୍ପ ତ୍ତି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର ଦେଇଥିବା ସୂଚନା ମିଳିଛି । ଏହି ପ୍ରସ୍ତାବରେ ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ ସମ୍ପର୍କିତ ଓ ବିଭିନ୍ନ ଅପରାଧ ସମ୍ପର୍କିରେ ଏହି ଶାଖା ଅନୁସନ୍ଧାନ କରି ପଦକ୍ଷେପ ନେବ ।
ସୂଚନାନୁଯାୟୀ, ଏହି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଜଣେ ଡିସିପିଙ୍କ ଅଧୀନରେ କାର୍ଯ୍ୟ କରିବ ବୋଲି କୁହାଯାଉଥିବା ବେଳେ, ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ ଜଣ ଇନ୍ସପେକ୍ଟର, ୧୨ ଜଣ ସବ୍ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ, ୩୦ ଜଣ କନଷ୍ଟେବଲ୍ଙ୍କୁ ମିଶାଇ ମୋଟ୍ ୫୯ ଜଣ କର୍ମଚାରୀଙ୍କୁ ନେଇ ଶାଖା କାମ କରିବ। ସେହିପରି କମିଶନରେଟ୍ ପୋଲିସ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି। ଅର୍ଥାତ୍ କମିଶନରେଟ୍ ପୋଲିସ ଅଞ୍ଚଳରେ ଥିବା ୩ଟି ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯାଇଛି। ଏହି ୩ ଫାଣ୍ଡି ହେଲା ପାହାଳ, ଇନ୍ଫୋଭ୍ୟାଲି ଓ ବୟାଳିଶ ମୌଜା-ବେଣ୍ଟକାର।