ଭୁବନେଶ୍ୱର: ବିଜେବି ନେତାଙ୍କ ଘରୁ ନଗଦ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସମେତ ୩୦ ଭରି ସୁନା ଓ ଦୁଇଟି ଫୋନ୍ ଲୁଟିନେଲେ ଦୁର୍ବୃତ୍ତ । ଘଟଣାଟି ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଭୋଟପଡ଼ା ଠାରେ ଘଟିଥାବା ଜଣା ପଡ଼ିଛି । ତେବେ ୫ଜଣ ଦୁର୍ବୃତ୍ତ ଏକା ସାଙ୍ଗରେ ଘର ଭିତରକୁ ପଶି ମାଡ଼ ବାରିବା ସହିତ ଲୁଟ କରିଥିବା ଅଭିଯୋଗ ହୋଇଛି ।
ଏନେଇ ରାଜନୈତିକ ଅତୃତାକୁ ନେଇ କେହି ଏପରି କରିଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥି ସହ ଦୁର୍ବୃମାନେ ମାରଣାସ୍ତ୍ରରେ ଅକ୍ରମଣ କରିବା ସହିତ ଅସଭ୍ୟ ଭାଷାରେ ଗାଳି ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଅକ୍ରମଣରେ ପରିବାରର ଜଣେ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଜଣା ପଡ଼ିଛି । ୍େତବେ ଅଭିଯୋଗ ପରେ ଫୋରେନସିକ୍ ଟିମ୍ ସହ ମଞ୍ଚେଶ୍ୱର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି ।
Views: 112