ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ । ଚାର୍ଜସିଟରେ ରହିଥିବା ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା । ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ ହତ୍ୟା କରିଥିବା ଉଲ୍ଲେଖ । ଘଟଣାକ୍ରମ, ତଦନ୍ତ ଓ ନିର୍ଯାସ ନେଇ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତ ଅନୁଯାୟୀ ଗୋପାଳ ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରିଛି ।
୫୪୩ ପୃଷ୍ଠା ଚାର୍ଜସିଟ୍ରେ ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିଲା ? ଏହାର କାରଣ ରଖିଛି କ୍ରାଇମବ୍ରାଞ୍ଚ । ବ୍ୟକ୍ତିଗତ କାରଣ ପାଇଁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ । ହତ୍ୟାରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । ହତ୍ୟାରେ ଗୋପାଳକୁ ଅନ୍ୟ କେହି ସହଯୋଗ କରିନାହାନ୍ତି । ଏଲଭିଏ ଓ ପଲିଗ୍ରାଫ ଟେଷ୍ଟରେ ଏସବୁକୁ ସ୍ୱିକାର କରିଛି ହତ୍ୟାକାରୀ । ସେହିଭଳି ନାର୍କୋ ଟେଷ୍ଟରେ ମଧ୍ୟ ଗୋପାଳ ସ୍ୱିକାର କରିଛି । ଏହାକୁ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ରେ ଉଲ୍ଲେଖ କରିଛି ।
ଏହାସହ ଚାର୍ଜସିଟ୍ରେ ଦଫା ୩୦୭, ୩୦୨ ଓ ୨୭(୧) ଆର୍ମସ ଆକ୍ଟ ଲାଗିଛି। ତେବେ ଏହି ଦଫା ଗୋପାଳ ନାଁରେ ଲାଗିଛି ନା ଆଉ କାହା ନାଁରେ ଲାଗିଛି ତାହା ଜଣାପଡ଼ି ନାହିଁ। ନବ ଦାସ ହତ୍ୟାକାଣ୍ଡରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ଏହି ଚାର୍ଜସିଟକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି।
ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ହତ୍ୟା !
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











