The Ultimate Managed Hosting Platform
ADVERTISEMENT

ଜାରି ହେବ ୭୫ ଟଙ୍କିଆ ମୁଦ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ଜାରି ହେବ ୭୫ ଟଙ୍କିଆ ନୂଆ ମୁଦ୍ରା । ୨୮ରେ ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଜାରି ହେବ । ନୂଆ ମୁଦ୍ରା ଜାରି ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା । ମୁଦ୍ରାରେ ସଂସଦ ଭବନ ଚିତ୍ର ସହ ସତ୍ୟମେବ ଜୟତେ ଲେଖାଥିବ । ହିନ୍ଦୀରେ ଭାରତ ଓ ଇଂରାଜୀରେ ଇଣ୍ଡିଆ ମଧ୍ୟ ଲେଖାଥିବ । ମେ ୨୫ ତାରିଖରେ ଜାରି କରାଯାଇଥିବା ‘ଗେଜେଟ୍’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି ଯେ, ‘କଏନେଜ୍ ରୁଲ୍ସ ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ। ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବରେ ଜାରି ହେବାକୁ ଥିବା ଏହି ୭୫ ଟଙ୍କିଆ ଧାତବ ମୁଦ୍ରା ଟଙ୍କାଶାଳରେ ନିର୍ମାଣ କରାଯିବ।
ରୂପା, ତମ୍ବା, ନିକେଲ୍ ଓ ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ୪୪ ମିଲିମିଟର୍ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ।ଏହାବ୍ୟତୀତ ମୁଦ୍ରାର ପଛ ପାଶ୍ୱର୍ରେ ଖୋଦିତ ହେବ ସଂସଦ ପରିସରର ଚିତ୍ର। ଏହାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଉଲ୍ଲେଖ ରହିବ ସଂସଦ ଭବନ। ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍ କମ୍ପ୍ଲେକ୍ସ’। ସେହିପରି, ପାର୍ଲାମେଣ୍ଟ୍ ଚିତ୍ର ତଳେ ଉଲ୍ଲେଖ ରହିବ ବର୍ଷ ୨୦୨୩।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login