The Ultimate Managed Hosting Platform
ADVERTISEMENT

ସିଡନୀରେ ଭୀଷଣ ଅଗ୍ନିକାଣ୍ଡ, ୭ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଆଶଙ୍କା!

Facebook
Twitter
LinkedIn

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ସିଡନୀରେ ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି। ଏହାର ଭୟାବହତା ଏତେ ଯେ ନିଆଁ ଲାଗିଥିବା ୭ ମହଲା କୋଠା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। କାରଣ, ଏହି ନିଆଁ ଆହୁରି ବି ଅଧିକ ଭୟଙ୍କର ରୂପ ନେଇପାରେ। ସେପଟେ ଏ ନେଇ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ତତ୍ପର ହୋଇପଡ଼ିଛନ୍ତି। ସତର୍କତା ଅବଲମ୍ବନ କରାଯାଇ ଆଖପାଖ ଅଞ୍ଚଳକୁ ଖାଲି କରି ଦିଆଯାଇଛି। ଅନେକ ଅଗ୍ନିଶମ ବାହିନୀ ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ସୂଚନାନୁସାରେ, ଅଗ୍ନିକାଣ୍ଡରେ କେହି ମୃତାହତ ନେଇ ଖବର ନାହିଁ। ଅଷ୍ଟ୍ରେଲିଆର ସିଡନୀ ସହରରେ ଏହି ଅଗ୍ନିକାଣ୍ଡ ଘଟିଛି। ଧୁ ଧୁ ହୋଇ ଜଳୁଥିବା ବିଲ୍ଡିଂରୁ ବାହାରୁଥିବା କଳା ଧୂଆଁ ବହୁ ଦୂର ପର୍ୟ୍ୟନ୍ତ ଦେଖାଯାଉଛି। ସୂଚନା ଅନୁସାରେ, ଏହି ନିଆଁ ଏତେ ବିପଜ୍ଜନକ ଯେ ଏହାର ଚାରିପାଖରେ ଥିବା କୋଠାକୁ ନିଆଁ ବିସ୍ତାର ହେବାର ଆଶଙ୍କା ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login