ଭୁବନେଶ୍ୱର : କାଳବୈଶାଖୀ ବର୍ଷା ପବନ ଯୋଗୁଁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି । ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାମାନଙ୍କୁ ଏସଆରସିଙ୍କ ନିଦେ୍ର୍ଦଶ । ବିଦ୍ୟୁତ ସରବରାହ ତୁରନ୍ତ ପୁନର୍ବାହାଲ କରିବାକୁ ନିଦେ୍ର୍ଦଶ ଦେଲେ । ଗଛ ପଡିଥିଲେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେଇ ସଫା ପାଇଁ ନିଦେ୍ର୍ଦଶ । ଗଛ ସଫା କରି ତୁରନ୍ତ ବିଜୁଳି ବ୍ୟବସ୍ଥା ଚାଲୁ କରିବାକୁ ନିଦେ୍ର୍ଦଶ । ଝଡରେ ଭାଙ୍ଗିଥିବା ଘର କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଲେ । ଜୀବନହାନୀ ଘଟିଥିଲେ ବା ଆହତ ହୋଇଥିଲେ ରିପୋର୍ଟ କରିବାକୁ କହିଲେ ।
ଉପକୂଳ ଓଡିଶାର ଅନେକ ଜାଗାରେ ତାଣ୍ଡବ ରଚିଲା କାଳବୈଶାଖୀ । ଭୁବନେଶ୍ୱର , କଟକ, ପିପିଲି, ପୁରୀ , ଆଠଗଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଘର ଚାଳ , ଟିଣ ଛପର ଉଡିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି ।
Views: 74