ନୂଆଦିଲ୍ଲୀ : ପୁଣି ବିଗିଡିଲା ଆପ୍ ର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା । ସ୍ୱାସ୍ଥ୍ୟ ଖରାପ ହେବା ପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ଗୋଟେ ଥର ହସପିଟାଲରେ ଭର୍ତ୍ତି ହୋଇଥିଲେ । ବାଥରୁମରେ ପଡିବା ଯୋଗୁଁ ମେରୁଦଣ୍ଡରେ ଆଘାତ ଲାଗିଥିଲା । ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।
ଜେଲ ବାଥରୁମରେ ପଡିବା ଫଳରେ ସତ୍ୟେନ୍ଦ୍ରଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି । ସଫଦରଜଙ୍ଗ ହସପିଟାଲର ଡାକ୍ତର ଚିକିତ୍ସା କରି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୂଚନା ଅନୁସାରେ, ତିହାର ଜେଲରେ ବାଥରୁମରେ ଗୋଡ ଖସିଯିବା ଯୋଗୁଁ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି । ଯେଉଁଥିପାଇଁ ତାଙ୍କର ୩୫ କିଲୋ ଓଜନ କମିଯାଇଛି ।
Views: 89