ଭୁବନେଶ୍ୱର : ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି କଲା ବିଜେପି । ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଗିରଫ ଦାବି । ଗିରଫ ଦାବି କଲେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି । ଦୁର୍ଘଟଣା ସମୟରେ ସାଂସଦ ଗାଡି ଭିତରେ ଥିଲେ ବୋଲି କହିଲେ । ଯୁବକଙ୍କୁ ହସ୍ପିଟାଲ ନ ନେଇ ସେଠାରୁ ପଳାଇବା ଅମାନବୀୟ କାମ । ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ସାଂସଦଙ୍କୁ ଗିରଫ କରାଯାଉ ।
ସୂଚନା ଅନୁଯାୟୀ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ସ୍କୁଟିକୁ କାରଟି ୨୦୦ ମିଟର ଯାଏଁ ଘୋଷାଡି ନେଇଗଲା । ପାଟଣାଗଡ ଗାଁ ନିକଟରେ ଏହି ଦୁର୍ଘଟଣା ଗତକାଲି ଘଟିଥିଲା । ସାଂସଦଙ୍କ ଗାଡିକୁ ଅଟକ ରଖିଥିଲା ପୋଲିସ ।
Views: 67