ବୈାଦ୍ଧ : କମଲପୁରରେ ପୁଲିସ ଗାଡି-ଟ୍ରକ ମୁହାଁମୁହିଁ । ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କାରେ ୨ ମୃତ । କଟକରୁ ବୋଲେରୋରେ ଫେରୁଥିଲେ ପୁଲିସ ଟିମ୍ । ବାଉଁଶୁଣି ପୁଲିସ ଗାଡିକୁ ଧକ୍କା ଦେଲା ଟ୍ରକ । ଜଣେ ହୋମଗାର୍ଡ ଓ ବୋଲେରୋ ଚାଳକ ମୃତ । ଦୁଇ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । କଟକରେ ଏକ ରେସକ୍ୟୁ ଅପରେଶନରେ ଯୋଗଦେବାକୁ ଯାଇଥିଲେ ବାଉଁଶୁଣି ଥାନାର ଏଏସଆଇ ଓ ଦୁଇଜଣ ହୋମଗାର୍ଡ ।
କଟକରୁ ଏକ ପ୍ରାଇଭେଟ ବୋଲେରୋରେ ସେମାନେ ବାଉଁଶୁଣି ଫେରୁଥିବାବେଳେ କମଳପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ତେବେ ଗୁରୁତର ଏଏସଆଇ ଓ ବାଉଁଶୁଣି ଥାନାର ଅନ୍ୟଜଣେ ହୋମାଗାର୍ଡଙ୍କୁ ବୈଦ୍ଧ ମେଡିକାଲରେ ଭର୍ତିି କରାଯାଇଛି । ଦୁଇ ଗୁରୁତର ନାଗାର୍ଜୁନ ପ୍ରଧାନ ଏବଂ ସୁଶାନ୍ତ ସାହୁ ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବାବେଳେ ୨ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଟ୍ରକର ଆଗପଟ ଚୂରମାର ହୋଇଯାଇଥିବାେଳେ ବୋଲେରୋ ବି ଚୂରମାର ହୋଇଯାଇଛି ।
ପୁଲିସ ଗାଡି-ଟ୍ରକ ମୁହାଁମୁହିଁ, ୨ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











