ବ୍ୟୁରୋ : ଆପଣ ନିଶ୍ଚିତ ଭାବରେ ଅନେକ ଥର ଆଇସ୍କ୍ରିମ୍ ଖାଇଥିବେ । କିନ୍ତୁ ଆପଣ କେବେ ଦୁନିଆର ସବୁଠୁ ଦାମୀ ଆଇସକ୍ରିମର ସ୍ୱାଦ ଚାଖିଛନ୍ତି କି? ଏହି ଆଇସକ୍ରିମର ଗୋଟିଏ କପ୍ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା । ଯଦି ଆପଣ ଏହି ଆଇସକ୍ରିମର ଏକ କପ୍ ମଧ୍ୟ ଖାଇଛନ୍ତି, ତେବେ ବୁଝନ୍ତୁ ଯେ ଆପଣ ନିଜ ରୋଷେଇ ଘରର ବଜେଟର ୫ ବର୍ଷର ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ଆପଣ ମଧ୍ୟ ଭାବୁଥିବେ ଯେ ଏହି ଆଇସସ୍କ୍ରିମ୍ କିପରି ଏବଂ ଏହା କେଉଁଠାରେ ଉପଲବ୍ଧ, । ଆଜି ଆମେ ଆପଣଙ୍କୁ ଏହି ଅନନ୍ୟ ଆଇସ୍କ୍ରିମ୍ ବିଷୟରେ ବିସ୍ତୃତ ଭାବରେ କହୁଛୁ ।
ନ୍ୟୁଜ୍ ୱେବସାଇଟ୍ ସିଏନ୍ଏନ୍ ର ରିପୋର୍ଟ ଅନୁଯାୟୀ, ଦୁନିଆର ସବୁଠାରୁ ଦାମୀ ଆଇସକ୍ରିମ୍ ର ନାମ ହେଉଛି “BYAKUYA” । ଏହା ଜାପାନରେ ତିଆରି । ସେଠାରେ ଏହାର ଏକ କପ୍ ମୂଲ୍ୟ ହେଉଛି ୮ ଲକ୍ଷ ୮୦ ହଜାର ୟେନ୍, ଯାହା ଭାରତୀୟ ମୁଦ୍ରାରେ ୫ ଲକ୍ଷ ୨୮ ହଜାର ୪୦୯ ଟଙ୍କା ହୋଇଯାଏ । ଯଦି ଆପଣ ପୁରା ପରିବାର ପାଇଁ ଆଇସ୍କ୍ରିମ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଲୋଗ୍ରାମ ପାଇଁ ୧୨ ଲକ୍ଷ ଟଙ୍କା ଦେବାକୁ ପଡିବ ।
ରିପୋର୍ଟ ଅନୁଯାୟୀ, ଏହି ଆଇସକ୍ରିମକୁ ଜାପାନର ଆଇସକ୍ରିମ ବ୍ରାଣ୍ଡ ସେଲାଟୋ ପ୍ରସ୍ତୁତ କରିଛି। ସେ ଏହି ଆଇସକ୍ରିମ୍ (ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍) ର ନାମ ହ୍ୱାଇଟ ନାଇଟ୍ ରଖିଲେ । କମ୍ପାନୀ କହିଛି ଯେ ଏହି ଆଇସ୍କ୍ରିମ୍ ତିଆରି କରିବା ପାଇଁ ଜାପାନିଜ ଏବଂ ୟୁରୋପୀୟ ରୋଷେଇ ବ୍ୟବହାର କରାଯାଇଛି । ଏହି ଆଇସ୍କ୍ରିମ୍ ଉପରେ ଏକ ସୁବର୍ଣ୍ଣ ପତ୍ର ତିଆରି କରାଯାଇଥାଏ, ଯାହା ଏହାକୁ ଅଧିକ ଆକର୍ଷଣୀୟ କରିଥାଏ । ଏହି ଆଇସ୍କ୍ରିମ୍ ତିଆରି କରିବା ପାଇଁ ସାକେକାସୁ ନାମକ ଏକ ବିଶେଷ ଜିନିଷ ବ୍ୟବହୃତ ହୋଇଛି । ଏହି ଜିନିଷ ତିଆରି କରିବାକୁ ପ୍ରାୟ ଦେଢ ବର୍ଷ ସମୟ ଲାଗିଥାଏ ।
କମ୍ପାନୀ କହିଛି ଯେ ଓସାକାରେ ଥିବା ଏକ ରେଷ୍ଟୁରାଣ୍ଟର ମୁଖ୍ୟ ରୋଷେୟା ତାଡାୟୋଶୀ ୟାମଡାଙ୍କ ସାହାଯ୍ୟ ଏହି ଦୁନିଆର ସବୁଠୁ ଦାମୀ ଆଇସ୍କ୍ରିମ୍ ତିଆରି କରିବାରେ ନିଆଯାଇଛି। ବର୍ତ୍ତମାନ ଏହି ଆଇସକ୍ରିମ କେବଳ ଜାପାନରେ ଉପଲବ୍ଧ ହେବ । ଅନଲାଇନ୍ ଅର୍ଡର କରିବାବେଳେ ଏହା ଲୋକଙ୍କ ଘରେ ମଧ୍ୟ ପହଂଚାଯାଇପାରିବ ।
ଦୁନିଆର ସବୁଠୁ ଦାମୀ ଆଇସକ୍ରିମ୍, ଗୋଟିଏ କପ୍ ଆଇସକ୍ରିମ ମୂଲ୍ୟରେ ଆପଣ କାର ମଧ୍ୟ କିଣି ପାରିବେ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











