ନୂଆଦିଲ୍ଲୀ : ସାଉଥ ଆମେରିକାର ଦେଶ ଗୁଏନାର ଏକ ଛାତ୍ରୀ ନିବାସରେ ନିଆଁ ଲାଗି ୧୯ ଛାତ୍ରୀ ଜୀବନ୍ତ ଦଗ୍ଧ । ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ । ନିଆଁ କିପରି ଲାଗିଲା ଅସ୍ପଷ୍ଟ ଥିବା ବେଳେ ଆଉ ୯ ପୋଡି ହୋଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ।
ଖବର ମୁତାବକ, ମଧ୍ୟ ଗୁୟାନାର ମହଦିୟା ସହର ସ୍ଥିତ ସ୍କଲ ହଷ୍ଟେଲରେ ନିଆଁ ଲାଗି ଯାଇଛି । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ । ଆଗକୁ ଆଉ ମୃତ୍ୟୁ ସଂଖ୍ୟା ବଢିପାରେ । ନିଆଁ ଲାଗିବା ଯୋଗୁଁ ପିଲାମାନେ ହଷ୍ଟେଲରେ ଫସିଛନ୍ତି । ରବିବାର ରାତିରେ ନିଆଁ ଲାଗିଥିବା ଜଣାପଡିଛି । ପିଲାମାନେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚିଛନ୍ତି । କିନ୍ତୁ ଖରାପ ପାଣିପାଗ ଯୋଗୁଁ ନିଆଁକୁ ଆୟତ୍ତ କରିବାରେ କଷ୍ଟ ହେଉଛି । ଆହତ ପିଲାମାନଙ୍କ ସ୍ଥିତି ଗମ୍ଭୀର ରହିଛି ।ଘଟଣା ସ୍ଥଳରେ ୫ଟି ବିମାନ ରହିଛି । ଏବେ ବି ହଷ୍ଟେଲ ଭିତରେ ଅନେକ ଛାତ୍ରଛାତ୍ରୀ ଫସିଥିବା ଅନୁମାନ କରାଯାଉଛି । ଗୁୟାନା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଘଟଣା ବିଷୟରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଭଳି ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଦୁର୍ଘଟଣା ବହୁତ କଷ୍ଟଦାୟକ । ପିଲାମାନଙ୍କ ମାତାପିତା ଯନ୍ତ୍ରଣାର କଳ୍ପନା ନାହିଁ ।
ଗୁଏନାରେ ୧୯ ପିଲା ଜୀବନ୍ତ ଦଗ୍ଧ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...