ମୁମ୍ବାଇ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର । ନାଗପୁର-ପୁଣେ ଏକ୍ସପ୍ରେସ ୱେରେ ସକାଳ ସାଢେ ୭ଟାରେ ଦୁର୍ଘଟଣା । ଏକ ସରକାରୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ।
ଘଟଣା ବିଷୟରେ ପୋଲିସ ଖବର ପାଇଁ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ବାହାନକୁ କ୍ରେନ ସାହାଯ୍ୟରେ ରାସ୍ତା ମଝିରେ କଢାଯାଇଛି । ପୋଲିସ ଦୁର୍ଘଟଣା କେମିତି ଘଟିଲା, ତାହା ବିଷୟରେ ତଦନ୍ତ କରୁଛି ।ମହାରାଷ୍ଟ୍ର ନାଗପୁରରୁ ଏକ ଯାତ୍ରୀବାହୀ ବସ୍ ପୁଣେରୁ ମେହକର ଅଞ୍ଚଳ ଅଭିମୁଖେ ଯାଉଥିଲା। ମାତ୍ର ବସ୍ଟି ବୁଲଢ଼ନା ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବସ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ବସ୍ର କାଚ ଭାଙ୍ଗି ଯାଇଥିବା ବେଳେ ବସ୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଇଛି ।
Views: 96