The Ultimate Managed Hosting Platform
ADVERTISEMENT

ତିନିଦିନ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର , ଜନ ଗହଳୀକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ କରାଗଲା ବ୍ୟାପକ ବ୍ୟବସ୍ଥା

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର । ତିନିଦିନ ହେଲା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ହେବା ପରେ ଆଜି ଖୋଲିଯାଇଛି ପୁରୀ ଶୀମନ୍ଦିର । ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତମାନେ ।ଆଜି ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କର ଭିଡ ଲାଗିରହିଛି । ତେବେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଓମିକ୍ରନ୍ ସଂକ୍ରମଣ ଯେଉଁଭଳି ଭାବରେ ସାରା ବିଶ୍ୱରେ ଆତଙ୍କ ଖେଳେଇଛି ତାକୁ ନଜରରେ ରଖି ଭକ୍ତମାନେ ବ୍ୟାରିକେଡ୍ ଭିତରେ ସାମାଜିକ ଦୂରତା ରକ୍ଷାକରିବେ ଏବଂ କୋଭିଡ୍‌ର ସମସ୍ତ ନିୟମ ମାନି ଦର୍ଶନ କରିବାକୁ କୁହାଯାଇଛି । ତେବେ ମନ୍ଦିର ପ୍ରଶାସନ୍‌ର ପୂର୍ବ ନିଷ୍ପତି ଅନୁଯାୟୀ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ଥିଲା । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଭକ୍ତମାନେ ପତିତପାବନଙ୍କୁ ଦର୍ଶନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login