ନୂଆଦିଲ୍ଲୀ : ଆଜିକାଲି ଡ୍ୟୁଟି ସମୟରେ ପୋଲିସ କର୍ମଚାରୀମାନେ ଅତ୍ୟଧିକ ରିଲ୍-ଭିଡିଓ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏବେ ନିର୍ଦ୍ଦେଶ ମୁତାବକ, ଯଦି ସେମାନେ ନିୟମ ଉଲ୍ଲଂଘନ କରି ପୁନର୍ବାର ଏହା କରୁଥିବାର ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ହୋଇପାରେ ଏବଂ ସେମାନେ ନିଜ ଚାକିରି ମଧ୍ୟ ହରାଇ ପାରନ୍ତି। ଏ ସମ୍ପର୍କରେ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛି ବିହାର ପୋଲିସ। ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାରକୁ ନଜରରେ ରଖି ବିହାର ପୋଲିସ ଡ୍ୟୁଟି ସମୟରେ ରିଲ୍-ଭିଡିଓ ତିଆରି କରୁଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଚେତାବନୀ ଦେଇଛି। ଏହି ପରିପ୍ରେକ୍ଷୀରେ ମେ’ ୧୫ରେ ଏକ ପତ୍ର ଜାରି କରାଯାଇଛି। ଡ୍ୟୁଟି ସମୟରେ ରିଲ୍-ଭିଡିଓ ତିଆରି କରି ସେଗୁଡ଼ିକୁ ସୋସିଆଲ ମିଡିଆରେ ଅପଲୋଡ୍ ନ କରିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି କର୍ମଚାରୀ ଆଦେଶ ଉଲ୍ଲଂଘନ କରନ୍ତି, ତେବେ ସେ ବିଭାଗୀୟ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ଉତ୍ତରଦାୟୀ ରହିବେ। ଏପରି କି, ଏଥିପାଇଁ ସେ ନିଜର ଚାକିରି ମଧ୍ୟ ହରାଇ ପାରନ୍ତି। ସୂଚନାଥାଉ କି, ବିହାର ପୋଲିସ ଏହିପରି ଏକ ଚିଠି ୨୦୨୧ ଜୁନ୍ ୧ରେ ମଧ୍ୟ ଜାରି କରିଥିଲା, କିନ୍ତୁ ଏହା କୌଣସି ପ୍ରଭାବ ପକାଇ ପାରି ନ ଥିଲା।
ଡ୍ୟୁଟି ସମୟରେ ରିଲ୍-ଭିଡିଓ କଲେ ଯାଇପାରେ ଚାକିରି! କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଲା ବିହାର ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











