ନୂଆଦିଲ୍ଲୀ : ଲାହୋର ଏଟିସି ଇମ୍ରାନ ଖାନଙ୍କୁ ଜାମିନ ଦେଇଛି । ୨ଟି କେସରେ ତାଙ୍କୁ ୨ ଜୁନ୍ ପର୍ୟ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ଇମ୍ରାନ ଖାନଙ୍କୁ ଜିନ୍ନା ହାଉସ ଆକ୍ରମଣ ସମେତ ଅନ୍ୟ କେସରେ ମଧ୍ୟ ଜାମିନ ମିଳିଛି । ଖବର ମୁତାବକ, ଏକ ପ୍ରତିନିଧି ମଣ୍ଡଳି ଜମ୍ପା ପାର୍କରେ ଯାଇ ସରକାରୀ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବ । ଏହି ସମୟରେ ତଲାସୀ ଅଭିଯାନ ଠାରୁ ଆରମ୍ଭ କରି ସବୁକିଛି ବିଷୟରେ ଚର୍ଚ୍ଚା ହେବ । କମିଶନର ରନ୍ଧଓ୍ଵାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯିବ । ସୂତ୍ର ଅନୁଯାୟୀ, ପାକିସ୍ତାନରେ ଇମ୍ରାନଙ୍କ ପାର୍ଟି ଉପରେ ବ୍ୟାନ୍ ଲାଗିବାକୁ ଜୋରସୋରରେ ଯୋଜନା ଦେଉଛି । ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ପିଟିଆଇକୁ ଆତଙ୍କୀ ସଂଗଠନ ଘୋଷଣା କରିବାକୁ ଯୋଜନା କରିଛି । କ୍ୟାବିନେଟ ଏହାକୁ ନେଇ ବିଚାର କରୁଛି । ଅଲକାଦିର ଟ୍ରଷ୍ଟ ମାମଲାରେ ମେ’ ୯ ତାରିଖରେ ଇମ୍ରାନ୍ ଖାନ୍ଙ୍କୁ ଗିରଫ କରାଯାଇଥିଲା। ଏହାର ଦୁଇ ଦିନ ପରେ ଇମ୍ରାନ୍ଙ୍କୁ କୋର୍ଟରୁ ଜାମିନ୍ ମିଳିଥିଲା । ଗିରଫ ପରେ ଇମ୍ରାନ୍ଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସାକାଣ୍ଡ କରିବା ସହ ସେନାକୁ ଟାର୍ଗେଟ୍ କରିଥିଲେ ।
ଇମ୍ରାନ ଖାନଙ୍କୁ ଜିନ୍ନା ହାଉସ ଆକ୍ରମଣ ମାମଲାରେ ମିଳିଲା ଜାମିନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...