ନୂଆଦିଲ୍ଲୀ : କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକ ରାଜନୀତିରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସିଦ୍ଦରମୈୟା ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଖବର ମୁତାବକ, ଡିକେ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯଚା ଯାଇଥିଲା କିନ୍ତୁ ସେ ରାଜି ନାହାନ୍ତି । ଏହି ପଦବି ନେବାକୁ ମନା କରି ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ପାଇଁ କାନ୍ଥିରାଓ୍ଵା ଷ୍ଟାଡିୟମରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ସମାରୋହ ବାତିଲ ହୋଇଯାଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ କଂଗ୍ରେସ କ୍ଷମତାକୁ ଆସିଲା । ହେଲେ ଏହାପରେ ହିଁ ଆରମ୍ଭ ହୋଇଗଲା କ୍ଷମତା କନ୍ଦଳ । ଉଭୟ ସିଦ୍ଦରମେୟା ଏବଂ ଶିବକୁମାର ଚାହିଁଲେ ମୁଖ୍ୟମନ୍ତ୍ରୀ ପଦ । ଏମାନେହିଁ ଥିଲେ ବିଜୟର କର୍ଣ୍ଣଧାର । ତେଣୁ ଆଶା କରିବା ଥିଲା ସ୍ୱାଭାବିକ । ହେଲେ ପଦରେ ତ ବସିବେ ଜଣେ । ତେଣୁ ହାଇକମାଣ୍ଡଙ୍କୁ ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ପଡ଼ିଲା । ଦୁହିଁଙ୍କୁ ଦିଲ୍ଲୀ ଡାକିଲେ କଂଗ୍ରେସ ହାଇକମାଣ୍ଡ । ଆଜିର ବୈଠକରେ ରାହୁଲ ଗାନ୍ଧି, କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସିଦ୍ଦରମୈୟା, ଶିବକୁମାର ଉପସ୍ଥିତ ରହିଥିଲେ । ଡି.କେ ଶିବକୁମାରଙ୍କୁ ୬ଟି ବିଭାଗର ମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସିଦ୍ଦରମୈୟା ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ପରେ ତାଙ୍କ ବାସଭବନ ବାହାରେ ଗହଳି ଲାଗି ରହିଛି । ପାର୍ଟିର କାର୍ୟ୍ୟକର୍ତ୍ତା ଏବଂ ଜନତା ଶୁଭେଚ୍ଛା ଜଣାଇବାକୁ ଲମ୍ବା ଲାଇନ ଲାଗିଛନ୍ତି ।
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମୈୟା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







