ନୂଆଦିଲ୍ଲୀ : ଆଉ ନାହାନ୍ତି ଆସାମ ପୋଲିସର ‘ଲେଡି ସିଙ୍ଘମ୍’ ଜୁନମୋନି ରାଭା। ୩୦ ବର୍ଷୀୟା ମହିଳା ସବ୍-ଇନ୍ସପେକ୍ଟର ଜୁନ୍ମୋନି ରାଭାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ସେ ନିଜ ବ୍ୟକ୍ତିଗତ କାରରେ ଥିଲେ ଏବଂ ପୋଲିସ୍ ବର୍ଦ୍ଦି ପିନ୍ଧି ନ ଥିଲେ। ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ଜୁନମୋନିଙ୍କ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। କାରରେ ରାଭାଙ୍କ ବ୍ୟତୀତ ଆଉ କେହି ନ ଥିଲେ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ବିଷୟରେ ସୂଚନା ପାଇବା ପରେ ରାତି ପାଖାପାଖି ୨ଟା ୩୦ରେ ପୋଲିସ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ରାଭାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନା ନେଇଥିଲା, କିନ୍ତୁ ମହିଳା ସବ୍-ଇନ୍ସପେକ୍ଟରଙ୍କ ଜୀବନ ରକ୍ଷା ହୋଇପାରି ନ ଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ରାଭାଙ୍କ ପରିବାର ଲୋକେ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସେମାନେ ଏହି ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି। ଘଟଣାକୁ ନେଇ ଆସାମ ଡିଜିପି ଜିପି ସିଂ କହିଛନ୍ତି, ପରିବାର ସହ ଅନେକ ସାମାଜିକ ସଂଗଠନର ଦାବି ଆଧାରରେ ଏହି ମାମଲାର ତଦନ୍ତ ଭାର ଆସାମ ସିଆଇଡିକୁ ହସ୍ତାନ୍ତର କରାଯାଇଛି। ରାଭାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି। କହି ରଖୁଛୁ ଯେ ଅପରାଧୀଙ୍କ ପ୍ରତି ନିଜର କଠୋର ଆଭିମୁଖ୍ୟ ପାଇଁ ଜୁନ୍ମୋନି ରାଭା ବେଶ୍ ଜଣାଶୁଣା ଥିଲେ। ଏହି କାରଣରୁ ତାଙ୍କୁ ‘ଲେଡି ସିଙ୍ଘମ୍’ ବା ଦବଙ୍ଗ୍ ପୋଲିସ ଅଧିକାରୀ ମଧ୍ୟ କୁହାଯାଉଥିଲା। କିନ୍ତୁ ଗତବର୍ଷ ଜୁନରେ ଭ୍ରଷ୍ଟାଚାର ଅଭିଯୋଗରେ ରାଭାଙ୍କୁ ତାଙ୍କ ପୂର୍ବତନ ପ୍ରେମିକାଙ୍କ ସହ ଗିରଫ କରାଯାଇଥିଲା।
‘ଲେଡି ସିଙ୍ଘମ୍’ ଜୁନମୋନି ରାଭାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ, ତଦନ୍ତ କରିବ ସିଆଇଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











