The Ultimate Managed Hosting Platform
ADVERTISEMENT

ଜାମ୍ମୁ ଓ କାଶ୍ମୀରରେ ଏନଆଇଏ ରେଡ

Facebook
Twitter
LinkedIn

ଜାମ୍ମୁ ଓ କାଶ୍ମୀର: ଟେରର ଫଣ୍ଡିଂ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରରେ ଏନଆଇଏ ରେଡ। ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଏବଂ ହମଲା ଯୋଜନା କରିବା ଅଭିଯୋଗରେ ଏନଆଇଏ ଏହି ଚଢାଉ କରିଥିଲା । ପୁଞ୍ଚରେ ନିକଟରେ ୫ ଯବାନଙ୍କ ସହିଦ ପରେ ଏନଆଇଏ ଆକ୍ସନ ମୋଡକୁ ଆସିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଦକ୍ଷିଣ କାଶ୍ମୀରର ପୁଲୱାମା, ସୋପିଆନରେ ଜୋରଦାର ଚଢାଉ ହୋଇଛି । ମୋଟ ୧୩ଟି ସ୍ଥାନରେ ଚଢାଉ ଚାଲିଛି। ବଡଗାଓଁ, ସୋପିଆନ, ପୁଲୱାମା, ଶ୍ରୀନଗର, ଅନନ୍ତନାଗ ଅଞ୍ଚଳରେ ରେଡ ଚାଲିଛି। ଏହି ଅଞ୍ଚଳରେ ଛଦ୍ମବେଶୀ ଆତଙ୍କୀ ସଂଗଠନ ପାକିସ୍ତାନ ଲିଙ୍କରେ ଆତଙ୍କବାଦୀ କାର୍ୟ୍ୟକଳାପ ଚଳାଇଥିବା ଅଭିଯୋଗ ହୋଇଆସୁଛି । ମେ’ ୧୧ ତାରିଖରେ ଏନଆଇଏ ବାରାମୁଲାରେ ରେଡ ମଧ୍ୟ କରିଥିଲା । କାଂଶୀପୁରାର ଅବଦ୍ଦୁଲ ଖଲିକ, ସୟଦ କରିମର ଜାଭିଦ ଅହମଦ ଧୋବୀ, ସାଙ୍ଗ୍ରୀ କଲୋନିର ସୋଏବ ଅହମଦ ଚୁରଙ୍କ ଘରେ ଛାପା ମାରିଥିଲା ଏନଆଇଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

କ୍ୟାବିନେଟ ବୈଠକରେ ବଡ ଘୋଷଣା , ୭ଟି ପ୍ରସ୍ତାବ ପାରିତ

ଭୁବନେଶ୍ୱର : ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଲା ବୈଠକ । ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର । ସମବାୟ...

ADVERTISEMENT
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ସିଏଚସି ସ୍ୱାସ୍ଥ୍ୟକର୍ମୀ

ରାୟଗଡା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ...

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଏମ.ଏଲ.ଏ ଲ୍ୟାଡ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏମ.ଏଲ.ଏ ଲ୍ୟାଡ଼ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ...