ଦାରିଙ୍ଗବାଡ଼ି : ପୁଣି ମାଓବାଦୀଙ୍କ ଉପସ୍ଥିତ ଜାହିରକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ମାଓବାଦୀ ପକ୍ଷରୁ ଲାଲ ବ୍ୟାନର ସହ ଏକାଧିକ ପୋଷ୍ଟର ଛଡ଼ାଯାଇଛି। ଫଳରେ ସେହି ଅଞ୍ଚଳରେ । ଦୀର୍ଘଦିନ ପରେ ପୁଣି ମାଓବାଦୀଙ୍କ ଏଭଳି ବ୍ୟାନର ଓ ପୋଷ୍ଟର ଲଗାଯାଇଛି। ଉକ୍ତ ଲାଲ ବ୍ୟାନରରେ ସିପିଆଇ ମାଓବାଦୀ ପୂର୍ବ ଡିଭିଜୋନାଲ ବ୍ୟୁରୋ ଆହ୍ବାନ କରିଛନ୍ତି ଯେ, ୧୨ଦଫା ଦାବି ନେଇ ଚଳିତ ୮ ଠାରୁ ୧୪ପର୍ଯ୍ୟନ୍ତ ଜନ ଅଧିକାର ଅଭିଯାନ କରିବା ସହ ୧୨ଦଫା ଦାବିକୁ ନେଇ ଆସନ୍ତା ୧୫ରେ ୭ଟି ଜିଲା ତଥା କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି ଓ ବୌଦ୍ଧ ଜିଲାରେ ୨୪ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ବ୍ୟାନରରେ ଆହୁରି ଉଲ୍ଲେଖ ରହିଛି, ଏହି ଆହ୍ବାନକୁ ବାଘୁଆ ଡିଭିଜନାଲ କମିଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ ) ବୋଲି ଉଲ୍ଲେଖ ରହିଛି। ସେମାନଙ୍କ ଦାବି ମଧ୍ୟରେ ସମସ୍ତ ଆଦିବାସୀ, ଚାଷୀ ମୂଲିଆ,ଦଳିତ, ଗରିବ ପରିବାରଙ୍କୁ ଆସନ୍ତା ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଦାବି ରହିଛି। ସେହିପରି ପିଡିଏସ୍ ଚାଉଳ ସମେତ ଡାଲି, ତେଲ, ଲୁଣ ଆଦି ତୁରନ୍ତ ଯୋଗାଇଦେବା ସହ ଦରଦାମ ବୃଦ୍ଧି ରୋକିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି। ସେହିପରି ସବୁ ଗାଁକୁ ପକ୍କା ରାସ୍ତା ନିର୍ମାଣ ସହ ବିଶୁଦ୍ଧ ପିଇବାପାଣି, ବିଦ୍ୟୁତ ଆଦି ଯୋଗାଇବାକୁ ଦାବିରେ ଜଣାଯାଇଛି। ସେହିପରି ସମସ୍ତ ପଞ୍ଚାୟତରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯିବା ସହ ପିଲା ଅଭାବ ଦର୍ଶାଇ ଯେଉଁ ସବୁ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି ତାକୁ ପୁନର୍ବାର ଖୋଲାଯିବାକୁ ଦାବି କରାଯାଇଛି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ସମସ୍ତ ପଞ୍ଚାୟତରେ ଖୋଲିବାକୁ ଜଣାଯାଇଛି। ସମସ୍ତ ପରିବାରଙ୍କୁ ୧୦୦ ୟୁନିଟ୍ ବିଦ୍ୟୁତ ମାଗଣା ଯୋଗାଇଦେବାକୁ ଦାବି ରହିଛି। ଦଳିତ ଓ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମାସିକ ଅତି କମ୍ରେ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ବାବଦକୁ ଦିଆଯିବା ସହ ଭିନ୍ନକ୍ଷମ, ବିଧବା, ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସକୁ ୩ ହଜାର ଟଙ୍କା ଦେବାକୁ କୁହାଯାଇଛି। ପେସା ଆଇନକୁ କାର୍ଯ୍ୟକାରୀ କରାଯିବା ସହ ଆଦିବାସୀ, ଦଳିତ ଓ ମାନଙ୍କୁ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ୧୫ ଏକର ଜଙ୍ଗଲ ଜମିପଟ୍ଟା ଯୋଗାଇଦେବାକୁ ଆଦି ଦାବି ରହିଛି। ଖବର ଲେଖିବା ସୁଦ୍ଧା ଦାରିଙ୍ଗବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନି ।
ପୁଣି ସକ୍ରିୟ ହେଲେ ମାଓବାଦୀ, ରାଜପଥରେ ମାରିଲେ ଲାଲ୍ ବ୍ୟାନର
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







