The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୧୪-୦୫-୨୦୨୩ ରିଖ ରବିବାର)

Facebook
Twitter
LinkedIn

ମେଷ: ବନ୍ଧୁଙ୍କ ଭୁଲ୍‌ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବାର ସୂଚନା ରହିଛି। ଦ୍ୱିଜା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଯୋଗୁ ମନକୁ ବୁଝାଇବାରେ ସମର୍ଥ ହେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଉଚିତ।

ବୃଷ: ସାମାଜିକ ସ୍ତରରେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ମୃଗଶିରା ନକ୍ଷତ୍ରର ବିଭିନ୍ନ ସମସ୍ୟା ମଧ୍ୟରେ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ। ଅବଶ୍ୟ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି।

ମିଥୁନ: ଋଣ ପରିଶୋଧ ସକାଶେ ବ୍ୟଗ୍ରତା ପ୍ରକାଶ ପାଇପାରେ। ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜି ପାରନ୍ତି। କର୍ମକ୍ଷେତ୍ରରେ, ବ୍ୟବସାୟରେ, ପାରିବାରିକ ସମସ୍ୟା ସମାଧାନରେ ସଫଳତା ପାଇବେ।

କର୍କଟ: ପରକ୍ଷଣରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆପଣଙ୍କ ଯଶ ଓ ପ୍ରତିଷ୍ଠା ଅନ୍ୟମାନଙ୍କ ଗାତ୍ରଦାହ ଜନିତ ପରୋକ୍ଷଶତ୍ରୁତା ବୃଦ୍ଧି ପାଇବ। ଅନ୍ୟକୁ ଆପଣାର କରିବାରେ କୌଶଳ ଅବଲମ୍ବନ କରିପାରନ୍ତି।

ସି˚ହ: ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ସାହାଯ୍ୟ ସହଯୋଗ ଲାଭ କରିବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଏକା ସଙ୍ଗରେ ଅନେକ କାମ ହାତକୁ ନେଇ ବିବ୍ରତ ହୋଇ ପାରନ୍ତି। ଘରେ ବନ୍ଧୁ ମିଳନଜନିତ ସୁନ୍ଦର ପରିବେଶ ସୃଷ୍ଟି ସୂଚନା ରହିଛି।

କନ୍ୟା: ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନକୁ ଭାରାକ୍ରାନ୍ତ କରିପାରେ। ଦୂରସ୍ଥ ସନ୍ତାନଙ୍କ ଖୁସିରେ ଖୁସୀ ହେବେ।

ତୁଳା: ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ୍‌ ଦ୍ରବ୍ୟ ଆଣିପାରନ୍ତି।

ବିଛା: ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ଅଭାବ ଦୂରେଇବାର ପ୍ରୟାସ କଲେ ଧାରକରଜ କରିବାକୁ ବାଧ୍ୟ ହୋଇପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି।

ଧନୁ: ମନ ଭଲ ନଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପରିବାରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଅବଶ୍ୟ ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ସ୍ବ ସ୍ବ ସ୍ଥାନରେ ଖୁସି ରହିବେ।

ମକର: କର୍ମ ସ୍ଥାନକୁ ଗ୍ରହମାନଙ୍କ ଦୃଷ୍ଟି ହେତୁ ସମସ୍ୟା ଆସିଲେ ମଧ୍ୟ ସେଥିରୁ ମୁକୁଳି ଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ୍‌ ହେବେ। ଆକସ୍ମିକ ପରିଜନଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ।

କୁମ୍ଭ: ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିଶେଷକିଛି ଅସୁବିଧା ନ ଥିଲେ ସୁଦ୍ଧା ମାନସିକ ସ୍ତରରେ ଅଶାନ୍ତ ଅନୁଭବ କରିପାରନ୍ତି।

ମୀନ: ଆଜିର କର୍ମକ୍ଷେତ୍ରରେ ସହକର୍ମୀ ସହ ବିବାଦ ସୂଚନା ରହିଛି। ସ୍ବାସ୍ଥ୍ୟ ମଧ୍ୟ ବିଶେଷ ଭଲ ରହି ନପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଙ୍ଗଠନ, ଲେଖାପଢ଼ା ଓ ଜମିଜମା କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ...

ADVERTISEMENT
ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଭୁବନେଶ୍ୱର : ଅବସରପ୍ରାପ୍ତ ୬୩୮୭ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ...

Login